ପୁଣିଥରେ ବନ୍ଦ ହେବ କି ରେଳ ସେବା ?

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: କରୋନା ମହାମାରୀ କାୟାବିସ୍ତାର କରିଛି । ମହାମାରୀରୁ ରକ୍ଷା ପାଇବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସାଧରଣ ଜୀବନ ଜୀବିକା ବିଭିନ୍ନ କଟକଣା ମଧ୍ୟରେ ଆଗେଇ ଚାଲିଛି। ଲୋକେ କାର୍ଯ୍ୟ ସନ୍ଧାନରେ ଅନ୍ୟ ରାଜ୍ୟକୁ ଯା ଆସ କରିବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟେନ୍ ଚଳାଚଳ କରୁଛି। ଧିରେ ଧିରେ ଟ୍ରେନ୍‌ ଚଳାଚଳ ସ୍ବଭାବିକ ହୋଇପାରେ। କିନ୍ତୁ ଏହାରି ଭିତରେ ଯାତ୍ରୀମାନଙ୍କ ପାଇଁ ପୁଣି ଏକ ଦୁଃଖଦ ଖବର ଆସିଛି।

କରୋନା କାଳରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲେ ହେଁ ପୁଣି ଥମିଯିବ ରେଳ ଚକ। ଜାତୀୟ ଗଣମାଧ୍ୟମ ନ୍ୟୁଜ୍-୧୮ ରିପୋର୍ଟ ଅନୁସାରେ ନିଜର ଦାବି ପୂରଣ ପାଇଁ ରେଳ କର୍ମଚାରୀ ଦେଶବ୍ୟାପୀ ଆନ୍ଦୋଳନ କରିବେ। ତେବେ ଏନେଇ ୟୁନିୟନ୍‌ ନ୍ୟାସ୍‌ନାଲ୍‌ ଫେଡ୍‌ରେସନ୍ ଅଫ ଇଣ୍ଡିଆନ୍ ରେଲ୍‌ଓ୍ବେମ୍ୟାନ୍‌(ଏନଏଫଆଇଆର) ମଙ୍ଗଳବାର ଘୋଷଣା କରିଛି।

ଏନଏଫଆଇଆର ମହାମନ୍ତ୍ରୀ ଡା. ଏମ ରଘୁବାଇଆ କହିଛନ୍ତି, କରୋନା କାଳରେ ୧୩ ଲକ୍ଷ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। କିନ୍ତୁ ଭାରତ ସରକାର ସେମାନଙ୍କ ବହୁ ଦିନର ଦାବି ପୂରଣ କରିବାରେ ଅସଫଳତା ପ୍ରକାଶ କରିଛନ୍ତି। ଦେଶରେ ରେଳ କର୍ମଚାରୀଙ୍କ ୨୦୦୦ କୋଟି ବୋନସ୍ ବକେୟା ପଡ଼ିଛି।

ଅନ୍ୟପଟେ ନୀଜ ଜୀବନକୁ ନଦେଖି ଦିନ ରାତି କାମ କରୁଥିବା କର୍ମଚାରୀ କରୋନରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି। ଏବେସୁଦ୍ଧା ୩୦୦ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ପରିବାରକୁ ସଠିକ କ୍ଷତିପୂରଣ ଦିଆଯାଇନାହିଁ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ଏହାସହ ରଘୁବାଇଆ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରେଲଓ୍ବେ ନବରତ୍ନ ବୋଲି ବାରଣାସୀରେ କହିଥିଲେ। କିନ୍ତୁ ଆଜି ଏହି ନବରତ୍ନକୁ ଘରୋଇକରଣ କରିବା ପାଇଁ କାର୍ଯ୍ୟ ଚାଲିଛି। ରେଲ୍‌ଓ୍ବେ ପରିଚାଳନା ଦାୟୀତ୍ବ ଘରୋଇ କମ୍ପାନୀ ହାତକୁ ଦିଆଯାଉଛି। ଏନଏଫଆଇଆର ଏହାକୁ ବିଲକୁଲ ସ୍ବିକାର କରିବା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.