ମେ ୧୨ରୁ ଆରମ୍ଭ ହେବ ରେଳସେବା: ଦେଶର ୧୫ଟି ସହରକୁ ଚଳାଚଳ କରିବ ପାସେଞ୍ଜର୍ ଟ୍ରେନ୍, କାଲିଠୁ କରିହେବ ବୁକିଂ

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ, ୧୦|୦୫:    ଭାରତୀୟ ରେଳବାଇ ମେ ୧୨ ତାରିଖରୁ ପାସେଞ୍ଜର ଟ୍ରେନ୍ ସେବା ଆରମ୍ଭ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି । ପ୍ରଥମେ ୧୫ ଯାଡା ଟ୍ରେନ୍ ଚଳାଚଳ କରିବ । ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ । ଏହି ସମସ୍ତ ସ୍ପେଶାଲ ଟ୍ରେନ୍ ହେବ । ଏହା ଦିଲ୍ଲୀରୁ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତକୁ ଚଳାଚଳ କରିବ ।

wp:core-embed/twitter {"url":"https://twitter.com/PiyushGoyal/status/1259499986309406721","type":"rich","providerNameSlug":"twitter","className":""}
https://twitter.com/PiyushGoyal/status/1259499986309406721
/wp:core-embed/twitter

ଦିଲ୍ଲୀ, ମୁମ୍ବାଇ, ରାଞ୍ଚୀ ଓ ପାଟନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ରେଳମନ୍ତ୍ରୀ ପିୟୁଷ ଗୋଏଲ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଯୋଜନାରେ ୧୫ଟି ସହରକୁ ଟ୍ରେନ୍ ଚଳାଚଲ କରିବ । ଦିଲ୍ଲୀରୁ ବାଙ୍ଗାଲୋର ପାଇଁ ମଧ୍ୟ ମେ ୧୨ରୁ ଟ୍ରେନ୍ ସେବା ଆରମ୍ଭ ହେବ ।

ପିୟୁଷ ଗୋଏଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ରେଳବାଇ ପାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ଚିନ୍ତା କରୁଛି । ଏହାକୁ ମେ ୧୨ରୁ ଆରମ୍ଭ କରାଯିବ । ପ୍ରଥମେ ୧୫ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏହା ନୂଆ ଦିଲ୍ଲୀରୁ ଦେଶର ୧୫ଟି ସହରକୁ ଚଳାଚଳ କରିବ । ଏହାର ବୁକିଂ ଆସନ୍ତାକାଲି ଅର୍ଥାତ ମେ ୧୧ ଅପରାହ୍ନ ୪ଟାରୁ ଆରମ୍ଭ ହେବ ।

ଏହାପୂର୍ବରୁ ରେଳମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟ ସରକାରଙ୍କୁ ଟ୍ରେନ୍ ଯୋଗେ ସମସ୍ତ ଶ୍ରମିକଙ୍କୁ ଫେରାଇ ନେବା ପାଇଁ ବ୍ୟବସ୍ଥା କରିବାକୁ ଅପିଲ କରିଥିଲେ । ଏନେଇ ସେ ଟ୍ୱିଟ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.