୧୫ ଏପ୍ରିଲ ପରେ ବି ଚାଲିବନି ଟ୍ରେନ୍, ସ୍ପଷ୍ଟକଲେ ରେଳବାଇ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୯।୪: କରୋନା ଯୋଗୁ ଦେଶରେ ଜାରି ୨୧ ଦିନିଆ ଲକଡାଉନ୍ ହଟିବା ପରେ ବି ଯାତ୍ରୀ ରେଳସେବା ଆରମ୍ଭ ହେବନି। ଏ ନେଇ ରେଳବାଇ ଗୁରୁବାର ସ୍ପଷ୍ଟ କରିଦେଇଛନ୍ତି। ଲକଡାଉନ୍ ହଟିବା ପରେ ଦେଶରେ ପୁଣି ଥରେ ଯାତ୍ରୀ ରେଳ ସେବା ଚଳାଚଳ ସ୍ୱଭାବିକ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶିତ ହୋଇଥିଲା। ତେବେ ରେଳବାଇ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନଥିବା ରେଳ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛନ୍ତି।  

{"id":251334,"sizeSlug":"large"}

ଦେଶରେ ରେଳ ସେବା ସ୍ୱଭାବିକ କରିବା ଲାଗି ରେଳବାଇ ଏପର୍ଯ୍ୟନ୍ତ ଯାତ୍ରୀ ପ୍ରଟୋକଲ ଜାରି କରିନଥିବା କେନ୍ଦ୍ର ରେଳମନ୍ତ୍ରାଳୟ ବିବୃତ୍ତିରେ କହିଛନ୍ତି। ତେବେ ରେଳବାଇ ଯାତ୍ରୀଙ୍କ ସମେତ ସବୁ ପ୍ରତିଭାଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ ନିଆଯିବ ବୋଲି କହିଛନ୍ତି। ଏଣୁ ଗଣମାଧ୍ୟମରେ ପ୍ରସାରିତ ଖବରର କୌଣସି ସତ୍ୟତା ନଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ରେଳ ଚଳାଚଳ ଲାଗି ଯଦି କୌଣସି ନିଷ୍ପତ୍ତି ନିଆଯାଏ, ତେବେ ଏ ନେଇ ସମ୍ବଧିତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ସୂଚିତ କରାଯିବ ବୋଲି କହିଛନ୍ତି ମନ୍ତ୍ରାଳୟ ।

{"id":251337,"sizeSlug":"large"}

ତେବେ କେତେକ ଗଣମାଧ୍ୟମ ଲକଡାଉନ୍ ସମୟ ପରେ ଯାତ୍ରୀ ରେଳ ସେବା ପୁଣି ସ୍ୱଭାବିକ ହେବ ବୋଲି ଖବର ପ୍ରସାରଣ ପରେ ରେଳମନ୍ତ୍ରାଳୟ ମୁହଁ ଖୋଲିଛନ୍ତି। ଗଣମାଧ୍ୟମରେ ୧୪ ଏପ୍ରିଲ ପରେ ରେଲବାଇ ପୁଣି ଥରେ ରେଳ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିବାର ଚର୍ଚ୍ଚା ହେଥିଲା। ଏଥିରେ ରେଳ ଯାତ୍ରା ପୂର୍ବରୁ ଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ ହେବ ଓ ଏଥିପାଇଁ ଯାତ୍ରୀଙ୍କୁ ଟ୍ରେନ ଯାତ୍ରାର ୪ ଘଣ୍ଟା ପୂର୍ବରୁ ଷ୍ଟେସନକୁ ଆସିବାକୁ ପଡିବ ବୋଲି ପ୍ରାଚାରିତ ହେଉଥିଲା।  

{"id":251344,"sizeSlug":"large"}

ଦେଶରେ କରୋନା ସଂକ୍ରମଣ ଯୋଗୁ ଭାରତୀୟ ରେଳବାଇ ଗତ ମାର୍ଚ୍ଚ ୨୪ ତାରିଖରୁ ଦେଶରେ ଯାତ୍ରୀ, ମେଲ ଓ ଏକ୍ସପ୍ରେସ୍ ରେଳ ସେବା ବାତିଲ କରିଦେଇଛନ୍ତି। ତେବେ ଅତ୍ୟାବଶକୀୟ ସାମଗ୍ରୀ ପରିବହନ ଲାଗି କେବଳ ପଣ୍ୟ ଓ ପାର୍ସଲ ଟ୍ରେନ ଚଳାଚଳ କରୁଛି। ସାରା ଦେଶ ଲକଡାଉନ୍‌ରେ ଥିବା ବେଳେ ରେଳ ସେବା ବାତିଲ ଯୋଗୁ ବିଭିନ୍ନ ରାଜ୍ୟରେ ହଜାର ହଜାର ଲୋକେ ଅଟକି ରହିଛନ୍ତି। ଏଣୁ ରେଳବାଇ ଅଚାନକ ରେଳସେବା ଆରମ୍ଭ ନେଇ ନିଜର ପକ୍ଷ ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.