ଭୁବନେଶ୍ବରରୁ ନୟାଗଡକୁ ଗଡିଲା ଏକ୍ସପ୍ରେସ ଟ୍ରେନ୍

Published By : Prameya-News7 Bureau | October 15, 2019 IST

ଭୁବନେଶ୍ବର ୧୫।୧୦:  ଭୁବନେଶ୍ବରରୁ ନୟାଗଡକୁ ଗଡିଲା ଟାଉନ୍ ସେବା ଏକ୍ସପ୍ରେସ ଟ୍ରେନ୍ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୬ଟା ୪୦ମିନିଟ୍ ରେ ଛାଡିବା ବେଳେ ରାତି ୯ଟା ୪୫ମିନିଟ୍ ରେ ନୟାଗଡରେ ପହଞ୍ଚିବ । ଭୁବନେଶ୍ବର-ନୟାଗଡ ରୁଟ୍ ସହିତ ଅନ୍ୟ ୯ଟି ଟାଉନ୍ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି ।

{"id":170356}

ଏହି ଅବସରରେ ଦିଲ୍ଲୀରେ ପିୟୂଷ ଗୋଏଲଙ୍କ ସହିତକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ସବର୍ଦ୍ଧନ ଉପସ୍ଥିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.