କୋରାପୁଟ-ରାୟଗଡା ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ

Published By : Prameya-News7 Bureau | June 26, 2019 IST

ରାୟଗଡା ୨୬|୬: କୋରାପୁଟ-ରାୟଗଡା ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ଦୁର୍ଘଟଣାରେ ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିବା ପରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା । ଗତକାଲି ଦୁର୍ଘଟଣା ପରଠୁ ସେହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ଥିଲା । ବିଳମ୍ବିତ ରାତିରେ ବିଶାଖାପାଟନମ୍ ଡିଆର୍‌ଏମ୍‌ ଚେତନ ଶ୍ରୀବାସ୍ତବ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ।

{"id":127222}

ସୂଚନାଯୋଗ୍ୟ ଯେ, ଗତକାଲି ରାୟଗଡା ଜିଲ୍ଲାର ସିଙ୍ଗାପୁର-କେଉଟଗୁଡା ମଝିରେ ଲାଇନଚ୍ୟୁତ ହୋଇ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଅପରାହ୍ନ ୪ଟା ବେଳେ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ ଏହି ଲାଇନରେ ଆସୁଥିବାବେଳେ ସେହି ଟ୍ରାକ୍ ଉପରେ ଟ୍ରେନ୍ ଟ୍ରାକ୍ ମରାମତି କରିବାକୁ ଯାଇଥିବା ଆଉ ଏକଟ୍ରେନ୍ ଠିଆ ହୋଇଥିଲା । ସମଲେଶ୍ବରୀ ଏକ୍ସପ୍ରେସ୍ ଏହି ଟ୍ରନକୁ ଧକ୍କା ଦେବା ଫଳରେ ଉଭୟ ସମଲେଶ୍ବରୀ ଏକ୍ସପ୍ରେସ ଏବଂ ମରାମତି କରିବାକୁ ଯାଇଥିବା ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହେବାପରେ ସମଲେଶ୍ବରୀ ଏକ୍ସପ୍ରେସର ଇଞ୍ଜିନ ଓ ଇଞ୍ଜିନକୁ ଲାଗି ରହିଥିବା ବଗିରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବାପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇପଡିଥିଲେ ବୋଲି ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.