ଆଜିଠାରୁ ପୁରୀରୁ ଟ୍ରେନ ଚଳାଚଳ ସ୍ବାଭାବିକ

Published By : Prameya-News7 Bureau | May 13, 2019 IST

ପୂରୀ ୧୩\୫ : କଥା ରଖିଲା ପୂର୍ବତଟ ରେଳପଥ । ପୁରୀ ଠାରୁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ସମସ୍ତ ଏକ୍ସପ୍ରେସ, ପାସେଞ୍ଜର ଓ ମେମୁ ଟ୍ରେନ ଆଜି ଚଳାଚଳ କରୁଛି । ଏନେଇ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଜାରୀ କରାଯାଇଛି । ବାତ୍ୟା ଫନୀ ପରେ ପୂରୀରୁ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଫନୀର ୩ ଦିନ ପରେ ଅଳ୍ପ କିଛି ଟ୍ରେନ ଚଳାଚଳ କରୁଥିଲା ।

{"id":111347}

୩ ତାରିଖ ଦିନ ଫନୀ ଲ୍ୟାଣ୍ଡ ଫଲ କରିବ ବୋଲି ଜଣାପଡିବା ପରେ ହାୱଡା ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା କିଛି ଟ୍ରେନ ସହିତ ପୂରୀ ଓ ଭୂବନେଶ୍ୱରରୁ ଅନ୍ୟ ସ୍ଥାନକୁ ଚଳାଚଳ କରୁଥିବା ୧୦୩ଟି ଟ୍ରେନକୁ ବାତିଲ କରିଦିଆଯାଇଥିଲା । ବାତ୍ୟା ଫନୀ ଦ୍ୱାରା ପୂରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ ଆଦି ବିଭିନ୍ୱ ରେଳ ଷ୍ଟେସନର ବ୍ୟାପକ କ୍ଷତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.