Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜୁନ ପହିଲାରୁ ଚାଲିବ ଟ୍ରେନ: ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍, ପଢନ୍ତୁ କ’ଣ ନିୟମ

21/05/2020 at 7:09 PM

ନୂଆଦିଲ୍ଲୀ, ୨୧|୦୫: ଜୁନ ପହିଲାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଟ୍ରେନ୍ ସେବା । କରୋନା ଭାଇରସ ଓ ଲକଡାଉନ୍ ପାଇଁ ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଟ୍ରେନ ଚଳାଚଳ ପୁଣି ଆରମ୍ଭ ହେବ । ପୁଣି ଟ୍ରାକରେ ଗଡିବ ଟ୍ରେନ । ତେବେ ସଂକ୍ରମଣ ରୋକିବା ସହ ଯାତ୍ରା ବେଳେ ଓ ଟିକେଟ୍ ବୁକିଂ ସମୟରେ ଗାଇଡଲାଇନ୍ ମାନିବାକୁ ହେବ । ଏଥିପାଇଁ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।

ମେ ୨୧ ଗୁରୁବାର ଠାରୁ ଆଜି ୧୦୦ ଯୋଡା ଟ୍ରେନ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଏହି ଟ୍ରେନରେ କୌଣସି ଅଣସଂରକ୍ଷିତ ବଗି ନାହିଁ । ସାଧାରଣ ଦର ଅନୁଯାୟୀ ଟିକେଟ୍ ମିଳିବ । ସମସ୍ତ ଯାତ୍ରୀଙ୍କୁ ସିଟ୍ ମିଳିବ । କେବଳ ଆଇଆରସିଟିସି ଓ୍ୱେବସାଇଟ୍  ଓ ଆପ୍ ଜରିଆରେ ହିଁ ଟିକେଟ୍ ବୁକିଂ କରାଯିବ ।

ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । କୌଣସି ଲକ୍ଷଣ ନଥିଲେ ଯାତ୍ରା ପାଇଁ ଅନୁମତି ମିଳିବ । ସେହିପରି ଟ୍ରେନରେ ଦିବ୍ୟାଙ୍ଗଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି ।

ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍

୧ କେବଳ ଟିକେଟ୍ କନଫର୍ମ ଥିବା ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ ।ସାମାଜିକ ଦୂରତା ସହ ଦେଢ ଘଣ୍ଟା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ପାଇଁ ଷ୍ଟେସନରେ ପହଁଚିବାକୁ ହେବ ।

୨ ରେଳ ଯାତ୍ରା ବେଳେ କୌଣସି ଖାଦ୍ୟ ମିଳିବ ନାହିଁ । ଇକ୍ୟାଟରିଂକୁ ହଟାଇ ଦିଆଯାଇଛି । ଆଇଆରସିଟି କେବଳ ସୀମିତ ସଂଖ୍ୟକ ଖାଦ୍ୟ ପ୍ରଦାନ କରିବ ।  ସାଥିରେ ଖାଦ୍ୟ ନେଇ ଆସିବାକୁ ଯାତ୍ରୀଙ୍କୁ ପରାମର୍ଶ ।

୩ ଟ୍ରେନରେ ଚଦର, କମ୍ବଳ ଦିଆଯିବ ନାହିଁ । ଏପରିକି ଭିଡ ଏଡାଇବା ଲାଗି ପୃଥକ ପ୍ରବେଶ  ଓ ପ୍ରସ୍ଥାନ ବ୍ୟବସ୍ଥା ରହିବ ।

୪ ଯାତ୍ରୀମାନେ ଷ୍ଟେସନରେ ସାମାଜିକ ଦୂରତା ପାଳନ କରିବା ସହ ସ୍ୱଚ୍ଛତା ଅବଲମ୍ବନ କରିବେ ।

୫ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ । ଏହାସହ ଏହାର ବ୍ୟବହାର ମଧ୍ୟ କରିବା ଜରୁରୀ ।

୬ ସାଙ୍ଗରେ ଲାଇଟ୍ ନେବାକୁ ଯାତ୍ରୀଙ୍କୁ ପରାମର୍ଶ

୭ ଟ୍ରେନକୁ ନେଇ ଆସିଥିବା ଗାଡିର ଡ୍ରାଇଭରମାନଙ୍କୁ ମଧ୍ୟ ଫେରିବା ପାଇଁ ଅନୁମତି ମିଳିବ ।

୮ କରୋନା ଲକ୍ଷଣ ପାଇଁ ଟ୍ରେନ ଯାତ୍ରା ଅନୁମତି ନମିଳିଲେ ଟିକେଟ୍ ଅର୍ଥ ଫେରସ୍ତ କରାଯିବ ।

୯ ଗନ୍ତବ୍ୟସ୍ଥଳରେ ପହଁଚିବା ପରେ ଯାତ୍ରୀଙ୍କୁ ରାଜ୍ୟ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ନିୟମ ପାଳନ କରିବାକୁ ହେବ ।

   Related Posts