ବାମରା ରେଳ ଷ୍ଟେସନରେ ୧୨ ଘଣ୍ଟିଆ ରେଳରୋକ, ୩ଟି ଏକ୍ସପ୍ରେସ ଟ୍ରେନ ରହଣି ପ୍ରତ୍ୟାହାରକୁ ବିରୋଧ

Published By : Prameya-News7 Bureau | December 15, 2020 IST

କୁଚିଣ୍ଡା ୧୫।୧୨: ବାମରାରେ ରେଳରୋକ। ଏକ୍ସପ୍ରେସ ଟ୍ରେନ ରହଣି ପ୍ରତ୍ୟାହାର ବିରୋଧରେ ରେଳରୋକ । ଦକ୍ଷିଣ ପୂର୍ବ ରେଳ ପଥ ଦେଇ ଯାଇଥିବା ବାମରା ରେଳ ଷ୍ଟେସନରେ ପୂର୍ବରୁ ରହଣି ଥିବା ରାଜେନ୍ଦ୍ରନଗର ଦୁର୍ଗ ସାଉଥ ବିହାର. ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଓ ହାୱଡ଼ା ଅହମ୍ମଦବାଦ ଏକ୍ସପ୍ରେସ ଟ୍ରେନ ରହଣି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ ।  ବାମରା ରେଳ ଷ୍ଟେସନରେ ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରେଳ ରୋକ ଆରମ୍ଭ ହୋଇଛି ।

{"id":377503,"sizeSlug":"large","linkDestination":"none"}

ଚଳିତ ମାସ ବିନା ପୂର୍ବ ସୂଚନାରେ ଏହି ତିନୋଟି ଟ୍ରେନ ରେଳ ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଚି । ଯାହାକୁ ଅଞ୍ଚଳବାସୀ ପ୍ରବଳ ବିରୋଧ କରିବା ସହ 8 ତାରିଖ ଏହାର ରହଣି ପାଇଁ ଲିଖିତ ଦାବି ଜଣାଇଥିଲେ ।ମାତ୍ର ଏହାର କୌଣସି ପ୍ରତିଉତ୍ତର ମିଳି ନଥିଲା । ତେବେ ରେଳରୋକୋର ପୂର୍ବ ସନ୍ଧ୍ୟାରେ ଅର୍ଥାତ ଗତକାଲି ସନ୍ଧ୍ୟାରେ ରେଳ ଅଧିକାରୀ ଚର୍ଚ୍ଚା ପାଇଁ ଅନୁରୋଧ କରିଥିଲେ। ଫଳରେ ବାମରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ବୈଠକ ଆୟୋଜିତ ହୋଇଥିଲା । ତେବେ ଦୀର୍ଘ ସମୟର ଆଲୋଚନା ବିଫଳ ହେବାରୁ ରେଳରୋକୋର ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜି ସକାଳ 6 ଟା ରୁ ରେଳ ରୋକ ଆରମ୍ଭ ହୋଇଛି l ରେଳ ରୋକରେ ବହୁ ଅଞ୍ଚଳବାସୀ ସାମିଲ ହୋଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.