ଷ୍ଟେସନରେ ଛିଡା ହୋଇଥିଲା ଟ୍ରେନ୍, ହଠାତ୍ ଲାଗିଗଲା ନିଆଁ

Published By : Prameya-News7 Bureau | December 10, 2020 IST

ଢେଙ୍କାନାଳ ୧୦।୧୨: ଷ୍ଟେସନରେ ଛିଡା ହୋଇଥିବା ଟ୍ରେନ୍‌ରେ ନିଆଁ । ଢେଙ୍କାନାଳ ମୁଖ୍ୟ ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।

ଖବର ଅନୁଯାୟୀ, ଢେଙ୍କାନାଳ ମୁଖ୍ୟ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଛିଡା ହୋଇଥିଲା । ତେବେ ଛିଡା ହୋଇଥିବା କୋଇଲା ବୋଝେଇ ମାଲବାହୀ ଗାଡିର ଗୋଟିଏ ବଗିରୁ ଧୂଆଁ ବାହାରୁଥିବାର କିଛି ଲୋକ ଦେଖିବାକୁ ପାଇଥିଲେ ।  ପରେ ତୁରନ୍ତ ଢେଙ୍କାନାଳ ଅଗ୍ନିଶ୍ରମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଅଗ୍ନିକାଣ୍ଡର କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ସେପଟେ ଛିଡା ହୋଇଥିବା ଟ୍ରେନ୍‌ରେ କିପରି ନିଆଁ ଲାଗିଲା । ସେନେଇ ରେଳ ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.