Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଟ୍ରେନ୍ ଯାତ୍ରୀଙ୍କୁ ଝଟ୍‌କା : ବଢିଲା ରେଳ ଭଡା, ଏବେ ଯାତ୍ରା ବେଳେ ଗଣିବେ ଅଧିକ ଟଙ୍କା

25/02/2021 at 10:25 AM

ନୂଆଦିଲ୍ଲୀ,୨୫/୦୨: ଭାରତୀୟ ରେଳବାଇ ଟ୍ରେନ୍ ଭଡା ବୃଦ୍ଧି କରିଛି । ରେଳବାଇ ଦ୍ୱାରା ଜାରି ବୟାନ ଅନୁସାରେ, କମ୍ ଦୂରତା ବିଶିଷ୍ଟ ଟ୍ରେନ୍ ଭଡା ବୃଦ୍ଧି କରାଯାଇଛି । କରୋନା ଭାଇରସ ବିପଦକୁ ନଜରରେ ରଖି ଭଡା ବଢାଯାଇଥିବା ରେଳବାଇ କହିଛି । ଏପରି ହେଲେ ଟ୍ରେନରେ ଅଧିକ ଲୋକ ଚଢିବେ ନାହିଁ । ଏହି ଭଡା ବୃଦ୍ଧିର ପ୍ରଭାବ ୩୦-୪୦ କିମି ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ପଡିବ ।

ରେଳବାଇ କହିଛି ଯେ, ଭଡା ବୃଦ୍ଧି କେବଳ ୩ ପ୍ରତିଶତ ଟ୍ରେନ୍ ଉପରେ ପଡିବ । କରୋନା ପ୍ରକୋପ ଏବେବି ଜାରି ରହିଛି । ବାସ୍ତବରେ କିଛି ରାଜ୍ୟର ସ୍ଥିତି ବିଗିଡିଛି । ତେଣୁ ଟ୍ରେନରେ ହେଉଥିବା ଗହଳିକୁ ରୋକିବା ପାଇଁ ରେଳବାଇ ସକ୍ରିୟତା ଦେଖାଇଛି । ପୂର୍ବରୁ ମଧ୍ୟ ରେଳବାଇ କ୍ଷତିରେ ଚାଲୁଛି । ଯାତ୍ରୀଙ୍କୁ ଟିକେଟ୍ ଉପରେ ସବସିଡି ପ୍ରଦାନ କରାଯାଉଛି ।

ଆହୁରି ମଧ୍ୟ ରେଳବାଇ କହିଛି ଯେ, ବୃଦ୍ଧି ପାଇଥିବା ଭଡା ସମାନ ଦୂରତା ପାଇଁ ଚାଲୁଥିବା ଟ୍ରେନ୍, ମେଲ୍, ଏକ୍ସପ୍ରେସ୍ ଆଦି ଆଧାରରେ ନିଷ୍ପତ୍ତି ନିଆଯାଇଛି । ଏବେ ଯାତ୍ରୀଙ୍କ କମ୍ ବାଟ ଯିବାକୁ ହେଲେ ମେଲ୍, ଏକ୍ସପ୍ରେସ୍ ଭଳି ଭଡା ଦେବାକୁ ହେବ । ୩୦ରୁ ୪୦ କିମି ଦୂରତା ଯାଉଥିବା ଯାତ୍ରୀ ଏଣିକି ଅଧିକ ଟଙ୍ଗା ଗଣିବେ ।

ଭାରତୀୟ ରେଳବାଇ ପର୍ଯ୍ୟାୟକ୍ରମେ ପାସେଞ୍ଜର ଟ୍ରେନ୍ ସଂଖ୍ୟାରେ ଲଗାତର ବୃଦ୍ଧି କରୁଛି । କୋଭିଡ୍ ସମୟରେ ରେଳବାଇ ଲକଡାଉନ୍ ପୂର୍ବ ତୁଳନାରେ ୬୫ ପ୍ରତିଶତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି । ଏବେ ମୋଟ୍ ୧୨୫୦ ମେଲ୍ ଓ ଏକ୍ସପ୍ରେସ, ୩୨୬ରୁ ଅଧିକ ପାସେଞ୍ଜର୍ ଟ୍ରେନ୍ ଚଳାଚଳ କରୁଛି ।

   Related Posts