Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବଢିଲା ଟ୍ରେନ ଭଡା

31/12/2019 at 7:16 PM

ନୂଆଦିଲ୍ଲୀ ୩୧।୧୨: ଦେଶରେ ପୁଣି ମହଙ୍ଗା ମାଡ । ଟ୍ରେନରେ ଯାତ୍ରୀଙ୍କ ଭଡା ବଢାଇଲା ରେଳ ମନ୍ତ୍ରାଳୟ । ସେକେଣ୍ଡ କ୍ଲାସ୍ ଅର୍ଡିନାରୀ କିମି ପିଛା ୧ପଇସା ବଢିଲା । ଫାଷ୍ଟ କ୍ଲାସ ଅର୍ଡିନାରୀ କିମି ପିଛା ୧ପଇସା ବୃଦ୍ଧି ପାଇଛି । ମେଲ୍ ଓ ଏକ୍ସପ୍ରେସ୍‌ରେ ସେକେଣ୍ଡ କ୍ଲାସ୍ ୨ପଇସା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ମେଲ୍ ଓ ଏକ୍ସପ୍ରେସ୍‌ରେ ସ୍ଲିପର କ୍ଲାସ୍ ମଧ୍ୟ ୨ପଇସା ବୃଦ୍ଧି ହୋଇଛି । ମେଲ୍ ଓ ଏକ୍ସପ୍ରେସ୍‌ରେ ଫାଷ୍ଟ କ୍ଲାସ୍ ୨ପଇସା ବୃଦ୍ଧି ।  ଏସି ଚେୟାର କାର୍ ଭଡା ୪ପଇସା ବୃଦ୍ଧି । ଏସି ଥ୍ରୀ ଟାୟର ୪ପଇସା ବୃଦ୍ଧି । ଏସି ଟୁ ଟାୟାର ୪ପଇସାକୁ ବୃଦ୍ଧି ହୋଇଛି । ଏସି ଫାଷ୍ଟ କ୍ଲାସ ୪ପଇସା ବୃଦ୍ଧି ହୋଇଥିବା ବେଳ ପାସେଞ୍ଜର ଟ୍ରେନ ଭଡା ଅପରିବର୍ତ୍ତିତ ରହିଛି । ଜାନୁଆରୀ ପହିଲାରୁ ଲାଗୁ ହେବ ଏହି ନୂଆ ଦର । ।  ଯେଉଁମାନେ ପୂର୍ବରୁ ଟିକଟ ବୁକ୍ କରିଛନ୍ତି ସେମାନଙ୍କ ପାଇଁ ଏହି ପରିବର୍ତ୍ତି ଦର ଲାଗୁ ହେବନି।

   Related Posts