୨ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଧକ୍କା ହୋଇ ଟ୍ରାକରୁ ବାହାରି ଗଲେ

Published By : Prameya-News7 Bureau | January 27, 2022 IST

କଟକ, ୨୭/୦୧:  ରେଲଓ୍ବେ ଗୁଡ ସେଡ୍ ନିକଟରେ  ଲାଇନଚ୍ୟୁତ ହେଲା ଟ୍ରେନ୍ । ଗୋଟିଏ ନୁହେଁ ଦୁଇଟି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏପରି ଘଟଣା ସାମ୍ନାକୁ ଆସିଛି କଟକରେ ।

ସୂଚନାନୁସାରେ, ଗୁରୁବାର ସକାଳେ ରେଲଓ୍ବେ ଗୁଡ ସେଡ୍ ନିକଟରେ ଦୁଇଟି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।ଟ୍ରେନ ଦୁଇଟି ପରସ୍ପର ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲେ । ଏହାପରେ ସେମାନେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଥିଲା । ତେବେ ରେଳବାଇ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇ ନାହିଁ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.