Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବର୍ଷେ ପୁରିଥିଲେ ବି ବିଛୁପାଲିଠୁ ଆଗକୁ ବଢିପାରିନି କାମ- ବର୍ଷେ ତଳେ ବଲାଙ୍ଗୀରରୁ ବିଛୁପାଲିକୁ ଗଡିଥିଲା ପ୍ରଥମ ଟ୍ରେନ୍

16/01/2020 at 5:56 PM

ବଲାଙ୍ଗୀକ ୧୬।୦୧-  ବର୍ଷେ ତଳେ ବଲାଙ୍ଗୀର ବିଛୁପାଲିକୁ ଗଡିଥିଲା ପ୍ରଥମ ଟ୍ରେନ୍ ।ହେଲେ ବର୍ଷେ ପୁରିଥିଲେ ବି ବିଛୁପାଲିଠୁ ଆଗକୁ ବଢିପାରିନି କାମ । ସେପଟେ ଖେ।ର୍ଦ୍ଧା ଠାରୁ ମହିପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀର ପଟୁ କାମ ଧିମେଇ ଯାଇଛି ।ଫଳରେ ୨୦୨୧ ସୁଦ୍ଧା କାମ ସାରିବାକୁ ଯାଉଁ ଟାର୍ଗେଟ୍ ରହିଛି ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।

ବଲାଙ୍ଗୀର-ବିଛୁପାଲି ଟ୍ରେନ୍ ଚଳାଚଳକୁ ବର୍ଷେ ପୁରିଲା ।୨୦୧୯ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି ବଲାଙ୍ଗୀର-ବିଛୁପାଲି ଟ୍ରେନ୍ ଉଦ୍‌ଘାଟନ କରିଥିଲେ ।କିନ୍ତୁ ଟ୍ରେନ୍ ଚଳାଚଳ ଆରମ୍ଭ ହେ।ଇଥିଲେ ବି ସେଭଳି କିଛି ଆଖିଦୃଶିଆ ସଫଳତା ମିଳିନି ।ପ୍ରତି ମାସରେ ମାତ୍ର ୨ଶହ ଲେ।କ ଯାତାୟତ କରୁଥିବା ବେଳେ ଗେ।ଟିଏ ବର୍ଷରେ ଆଦାୟ ହେ।ଇଛି ମାତ୍ର ୩୦ହଜାର ଟଙ୍କା ।ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପାଇଁ ବଲାଙ୍ଗୀର ବାସୀଙ୍କ ଦୀର୍ଘ ଦିନର ଦାବି ପୁରଣ ହେଲେ ବି ନା ଲୋକଙ୍କୁ ମିଳିଛି ସୁବିଧା ନା ହୋଇଛି ଅର୍ଥନୈତିକ ବିକାଶ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦାନା ବାନ୍ଧୁଛି ଅସନ୍ତୋଷ ।

ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ ଆରମ୍ଭ ହେବା ପରେ ପ୍ରଥମେ ଖେ।ର୍ଦ୍ଧା ଠାରୁ ନୟାଗଡ ଓ ଏବେ ମହିପୁର ପର୍ଯ୍ୟନ୍ତ ପାଖା ପାଖି ୮୫ କିଲୋମିଟର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ହେଲେ ସର୍ବମୋଟ ୨୯୦ କିଲୋମିଟର ବଲାଙ୍ଗୀର ଠାରୁ ଖୋର୍ଦ୍ଧାକୁ ରେଳ ଲାଇନ କାମ ହେବାକୁ ଥିବା ବେଳେ ମାତ୍ର ୧୦୦ ମିଲୋମିଟର କାମ ସରିଛି। ବିଛୁପାଲି ଠାରୁ ସୋନପୁରକୁ ୩୫ କିଲୋମିଟର କାମ ଏଯାଏ ସରିପାରିନି । ଅନ୍ୟ ପଟେ ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଥିବା ଏହି ପ୍ରକଳ୍ପ କାମରେ ଏବେ କେଁ ପାଲଟିଛି ଜମି ଅଧିଗ୍ରହଣ। ସମାଧାନ ପରିବର୍ତ୍ତେ ପରସ୍ପରକୁ ଦେ।ଷ ଲଦିବାରେ ବ୍ୟସ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର।

ବଲାଙ୍ଗୀର ଠାରୁ ସୋନପୁର ପର୍ଯ୍ୟନ୍ତ ଏ ଟ୍ରେନ ଚଳାଚଳ ଆରମ୍ଭ କଲେ ବହୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ଅର୍ତନୈତିକ ବିକାଶ ରେ ବୃଦ୍ଧି ଘଟିବ ।

   Related Posts