ରେଲଓ୍ବେ ଟ୍ରାକ୍‌ରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | February 04, 2020 IST

ବ୍ରହ୍ମପୁର ୦୪।୦୨: ରେଲଓ୍ବେ ଟ୍ରାକ୍‌ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ । ବ୍ରହ୍ମପୁର ଖୋଡାସିଙ୍ଗି ରେଲଓ୍ବେ ଟ୍ରାକ୍‌ ନିକଟରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ଛାନ୍‌ଭିନ୍‌ ଜାରି ରଖିଛି । ମୃତକ ଭୁବନେଶ୍ବରୀ ନାୟକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରୀ ନାୟକ ସୋମବାର ଦିନ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ । କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ଆରମ୍ଭ କରିଦେଇଥିଲା । ଶେଷରେ ମଙ୍ଗଳବାର ଦିନ ଖୋଡାସିଙ୍ଗି ରେଲଓ୍ବେ ଟ୍ରାକ୍‌ ନିକଟରେ ଭୁବନେଶ୍ବରୀଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖିଥିଲେ। ତୁରନ୍ତ ତାଙ୍କ ପରିବାରକୁ ଖବର ଦେଇଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନିଥିଲେ । ମୃତକ ଖଲ୍ଲିକୋଟ ଜୁନିୟର କଲେଜର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୁଣ୍ଡର ଆଘାତ ଲାଗିଛି । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜିଆର୍‌ପି ଓ ବୈଦ୍ୟନାଥପୁର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯିବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.