କାନରେ ଇଅରଫୋନ ଦେଇ ପାର କରୁଥିଲେ ରାସ୍ତା: ଟ୍ରେନରେ କଟି ଅଲଗା ହୋଇଗଲା ମୁଣ୍ଡ, ସିସିଟିଭିରେ କଏଦ୍ ଭୟଙ୍କର ଭିଡିଓ
17/01/2021 at 12:34 PM

ହୋଷଙ୍ଗାବାଦ ୧୭/୦୧ : ଆମେ ଅଧିକାଂଶ ସମୟରେ ଦେଖିଛୁ ରାସ୍ତାରେ ଯିବାବେଳେ ମୋବାଇଲ ଫୋନ ଚଲାଇବା ଓ କାନରେ ହେଡ଼ଫୋନ୍ ଲଗାଇ ଯିବା କେତେ ଭୟଙ୍କର ହୋଇପାରେ। ଏହିସବୁ ଭୁଲ ଯୋଗୁଁ ଅନେକଥର ଅନେକ ଲୋକଙ୍କ ଜୀବନ ଯାଇଛି। ଏମିତି ଅନେକ ଉଦାହରଣ ସାମ୍ନାକୁ ଆସିଛି। ଏହାର ଆଉ ଏକ ଭୟଙ୍କର ଦୃଶ୍ୟ ମଧ୍ୟ ପ୍ରଦେଶ ହୋଷଙ୍ଗାବାଦରେ ଦେଖିବାକୁ ମିଳିଛି। ଏହିଭଳି ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ମୃତ୍ୟୁର ଏହି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଦୃଶ୍ୟ ଦେଖି ଆପଣଙ୍କ ଲୋମଟାଙ୍କୁରୀ ଉଠିବ। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ମହିଳା ଭୟରେ ନର୍ଭସ ହୋଇ ପଛକୁ ହଟିବା ବଦଳରେ ଟ୍ରେନ ଆଗକୁ ଡେଇଁ ପଡିଛନ୍ତି। ଡେଉଁ ଡେଉଁ ମହିଳାଙ୍କ ମୁଣ୍ଡ କଟି ଅଲଗା ହୋଇଗଲା।
ଡୋଲରିୟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଏହି ମହିଳା ଗତକାଲି କରୋନା ଭ୍ୟାକସିନ୍ ନେବା ପାଇଁ ଯାଉଥିଲେ। କିନ୍ତୁ ଭ୍ୟାକସିନ ନେବା ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ଜୀବନ ହରିଦେଲେ। ମହିଳା କାନରେ ଇଅରଫୋନ ଲଗାଇଥିଲେ ଯେଉଁଥିପାଇଁ ଟ୍ରେନ ଆସୁଥିବା ଜାଣିପାରିନଥିଲେ। ଘଟଣା ହୋଷଙ୍ଗାବାଦ-ଇଟାରସୀ ମଧ୍ୟରେ ରସୁଲିୟା ରେଲୱେ ଫାଟକରେ ଘଟିଛି। ପୋଲିସକୁ ଇଅରଫୋନ ମିଳିଛି କିନ୍ତୁ ମୋବାଇଲ ମିଳିନି।
ସୂଚନା ଅନୁଯାୟୀ, ୪୦ ବର୍ଷ ବୟସ୍କ ଏଏନଏମ ଚନ୍ଦା ସୋନା ନାଇଟ ଡ୍ୟୁଟି ସାରି ସକାଳୁ ଘରକୁ ଫେରୁଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସେ କହିଥିଲେ ଯେ ସେ ସକାଳୁ ଘରକୁ ଯିବେ ଓ ଅପରାହ୍ନରେ ଆସି ଭ୍ୟାକସିନ ନେବେ। କାନରେ ଇଅରଫୋନ ଲଗାଇ ରେଲୱେ ଫାଟକ ପାର କରୁଥିଲେ। ଟ୍ରେନ୍ ଆସୁଥିବା ସେ ଜାଣିପାରିଲେନି। ଠିକ୍ ସେତେବେଳେ ଇଟାରସି ଯାଉଥିବା ସୋମନାଥ ଏକ୍ସପ୍ରେସ ମହିଳାଙ୍କ ଉପରକୁ ଚଢ଼ିଗଲା। କ୍ଷଣକେ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଗଲା।
ସିସିଟିଭି ଜଣାପଡିଛି ଯେ, ଟ୍ରେନ ଆସିବାରଥିଲା ସେଥିପାଇଁ ରେଲୱେ କ୍ରସିଂ ଫାଟକ ପଡିଥିଲା। ତଥାପି ମହିଳା ଫଟାଲ ତଳୁ ଗଳି ରେଳ ଧାରଣା ଆଡକୁ ଆସୁଥିଲେ। ଗୋଟିଏ ପରେ ଗୋଟିଏ ୩ଟି ରେଳ ଧାରଣା ପାର କରିଚାଲିଥିଲେ। ଶେଷ ରେଳ ଧାରଣା ପାର କଲାବେଳକୁ ଟ୍ରେନ ଆସିଯାଇଥିଲା। ସେ ଟ୍ରେନକୁ ଦେଖି ହଠାତ ଡରି ଯାଇଥିଲେ ଓ ପଛକୁ ଯିବା ବଦଳରେ ଆଗକୁ ମାଡି ଆସିଥିଲେ। ଫଳରେ ଟ୍ରେନ ଧକ୍କାରେ ମହିଳାଙ୍କ ମୁଣ୍ଡ କଟି ଅଲଗା ହୋଇଯାଇଥିଲା।
ପୋଲିସ ଅଧିକାରୀ କହିଛନ୍ତି, ମହିଳା ଗୀତ ଶୁଣିବାରେ ଏତେ ମଗ୍ନ ଥିଲେ ଯେ ଟ୍ରେନ ଶବ୍ଦରେ ମଧ୍ୟ ତାଙ୍କ ଧ୍ୟାନ ଭଙ୍ଗ ହୋଇନଥିଲା। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା। କାନରେ ଇଅରଫୋନ୍ ଦେଲେ ବି ଟ୍ରେନର ହର୍ନ ଶୁଭିବା କଥା।