Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରେନ୍‌ରେ କଟି ଦୁଇ ମୃତ, ଆତ୍ମହତ୍ୟା ସନ୍ଦେହ

ଅନୁଗୁଳ ୧୮|୫: କୁମଣ୍ଡ ରେଲୱେ ଓଭରବ୍ରିଜ ନିକଟରେ ଟ୍ରେନରେ କଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ସମ୍ଭବତଃ ସେମାନେ ବିଳମ୍ବିତ ରାତିରେ ଟ୍ରେନ୍ ଚକାତଳେ  ଆତ୍ମହତ୍ୟା  କରିଥିବା ଜଣାପଡୁଛି। ଦୁହିଁଙ୍କର ଖଣ୍ଡ ବିଖଣ୍ଡିତ ଶରୀର ଏପଟ ସେପଟ ହୋଇ ପଡିଛି। ତାଙ୍କର ପରିଚୟ ମିଳିନାହିଁ। ପାଖରେ ଏକ ମଟର ସାଇକେଲ ମଧ୍ୟ ରହିଛି। ଖବର ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

137 Views

   ସମ୍ବନ୍ଧିତ ଖବର