ରେଲୱେ କ୍ରସିଂରେ ବସକୁ ଧକ୍କା ଦେଲା ଟ୍ରେନ: ୧୨ ଯାତ୍ରୀଙ୍କ ମୃତ୍ୟୁ, ୬ ଗୁରୁତର ଆହତ

Published By : Prameya-News7 Bureau | December 20, 2020 IST

ଢାକା ୨୦/୧୨ : ବାଙ୍ଗଲାଦେଶରେ ଟ୍ରେନ ସହ ଏକ ବସ ଧକ୍କା ହୋଇଛି। ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଟ୍ରେନ ସହ ଧକ୍କା ହେବାପରେ ବସ ପାଖାପାଖି ଅଧା କିଲୋମିଟର ଯାଏଁ ଘୋଷାଡ଼ି ହୋଇଯାଇଥିଲା। ଗଣମାଧ୍ୟମ ଖବର ଅନୁଯାୟୀ, ଦୁର୍ଘଟଣା ଜୟପୁରହାଟ ଜିଲ୍ଲା ପୁରାନାପୋଇଲ ରେଲୱେ ଫାଟକ ନିକଟରେ ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବସ ଯାତ୍ରୀ ଜୟପୁରରୁ ପଞ୍ଚବିବି ଯାଉଥିଲେ।

{"id":380102,"sizeSlug":"large","linkDestination":"none"}

ଯାତ୍ରୀଙ୍କୁ ନେଇ ବସ ପୁରାନାପୋଇଲ ରେଲୱେ କ୍ରସିଂ ପାଖ ଦେଇ ଯାଉଥିଲା। ଟ୍ରେନ ବି ସେତେବେଳେ ସେହି ଟ୍ରାକ ଦେଇ ଯାଉଥିଲା। ହଠାତ ଟ୍ରେନ ବସ ଧକ୍କା ହୋଇଥିଲା। ଟ୍ରେନ ସହ ଧକ୍କା ହେବାପରେ ବସକୁ ଟ୍ରେନ ପ୍ରାୟ ଅଧା କିଲୋମିଟର ଯାଏଁ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ୧୦ ଜଣଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ପ୍ରାଣ ହରାଇଥିଲେ। ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି।

{"id":380098,"sizeSlug":"large","linkDestination":"none"}

ଜୟପୁରହାଟ ଡେପୁଟି କମିଶନର ଶରିଫୁଲ ଇସ୍ମାଇଲ କହିଛନ୍ତି ଯେ ଘଟଣାସ୍ଥଳରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୮ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୬ଜଣଙ୍କୁ ଜୟପୁରହାଟ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜୟପୁରହାଟ ଥାନା ପ୍ରଭାରୀ ଏକେ.ଏମ.ଆଲମଗୀନ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଫାଟକରେ ଲାଇନମ୍ୟାନ ଉପସ୍ଥିତ ନଥିଲେ। ଟ୍ରେନ ସେହି ଟ୍ରକ ଦେଇ ଗଲାବେଳେ ଫାଟକ ଖୋଲାଥିଲା। ସେଥିପାଇଁ ବସ ଟ୍ରେନ ଟ୍ରାକ ଦେଇ ଯିବାବେଳେ ଦୁର୍ଘଟଣା ଘଟିଛି। ବାଙ୍ଗଲାଦେଶ ରେଲୱେ ଘଟଣାର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ ଯାଞ୍ଚ ଟିମ ଗଠନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.