ଡୁବ ଗୟେ ଦୁବେଜୀ: ସୋସାଲ ମିଡିଆ ହିରୋ ଅବିନାଶ ଦୁବେ ଗିରଫ

Published By : Prameya-News7 Bureau | June 02, 2019 IST

ନେତାଙ୍କ ମିମିକ୍ରି କରି ଟ୍ରେନରେ ଖେଳନା ବିକିବା ହେଲା ମହଙ୍ଗା। ଗିରଫ ହେଲେ ସୋସାଲ ମିଡିଆ ହିରୋ ଅବିନାଶ ଦୁବେ। ଟ୍ରେନରେ ଖେଳନା ବିକ୍ରି ପାଇଁ  ଫେରିବାଲା ଫେରିବାଲା ଅବିନାଶ ଦୁବେ ଗତ କିଛି ଦିନ ହେଲା ସୋସାଲ ମିଡିଆରେ ଛାଇ ରହିଥିଲେ। ଚଳନ୍ତା ଟ୍ରେନରେ ପିଲାଙ୍କ ପାଇଁ ଯାତ୍ରୀଙ୍କୁ ଖେଳନା ବିକିବାକୁ ସେ ଯେଉଁ କୌଶଳ ଅବଲମ୍ବନ କରୁଥିଲେ ତାହା ହିଁ ଥିଲା ଭାଇରାଲ ଭିଡଓର ମୁଖ୍ୟ ଆକର୍ଷଣ।   ତେବେ ଏଥିପାଇଁତାଙ୍କୁ ଗିରଫ କରିଛି ଗୁଜୁରାଟ ରେଳବାଇ ପୋଲିସ। ଅବିନାଶ ସୁରଟର ବାସିନ୍ଦା ବୋଲି କହିଛି  ପୋଲିସ ।

{"id":118949}

ଅବିନାଶଙ୍କ ବିରୋଧରେ ପୋଲିସ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରିଛି। ହେଲେ ତାଙ୍କୁ ଯେଉଁଥି ପାଇଁ ଗିରଫ କରିଛି ସେଥି ପାଇଁ କିନ୍ତୁ ପୋଲିସ ଆଇନରେ କିଛି ଧାରା ହିଁ ନାହିଁ। ତେବେ ପୋଲି ଅବିନାଶଙ୍କ ବିରୋଧରେ ବେଆଇନ ଭାବେ ଟ୍ରେନକୁ ପଶିବା, ପାଟିତୁଣ୍ଡ କରିବା, ଅଭଦ୍ରଭାଷାରେ ଗାଳିଗୁଲଜ କରିବା ଆଦି ଧାରା ଲଗାଇଥିବା ଜଣାପଡିଛି।

{"id":118950}

ହେଲେ ବାସ୍ତବରେ ଫେରିବାଲା ଅବିନାଶ ସେପରି କିଛି କରନ୍ତି ନାହିଁ । କେବଳ ଖେଳନା ପ୍ରତି ଟ୍ରେନଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଯାହା କୁହନ୍ତି ତାହାହିଁ ତାଙ୍କର ଅପରାଧ।  ଯେମିତି କେହି ଯଦି ତାଙ୍କ ନାମ ପଚାରେ ସେ କହନ୍ତି ଅବଧେଶ ଦୁବେ, ଦେଖେ ନେହିଁ ୟାହାଁ ୫-୬ କୋ ଲେ  ଡୁବେ, ନାମ ହି ପ୍ରବ୍ଲେମ ହମାରା ଏମିତି ରୋଚକ କଥା କହି ଯାତ୍ରୀଙ୍କୁ ସେ ଟ୍ରେନରେ ଖେଳନା ବିକିବା ସହ ନେତାଙ୍କୁ ଟାହି ଟାପରା କରନ୍ତି। ଯାହା ଯାତ୍ରୀଙ୍କ ମନୋରଞ୍ଜନ କରିବା ସହ ତାଙ୍କର ପେଟପାଟଣାର ଉତ୍ସ ମଧ୍ୟ ଥିଲା।  ହେଲେ ତାଙ୍କର ଫେରିକରିବାର ଶୈଳୀକୁ କେହି ଯାତ୍ରୀ ମୋବାଇଲରେ ରେକର୍ଡ କରି ସୋସାଲ ମିଡିଆରେ ପକାଇବା ପରେ ସତକୁ ସତ ଏବେ ଭାଇ ଦୁବେ ଏବେ ପୋଲିସ ଥାନା ଚକ୍କରରେ ଡୁବି ଯାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.