Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରେନ୍‌ରେ ଅଘଟଣ, ଇଞ୍ଜିନରୁ ଅଲଗା ହେଇଗଲା ୨୦ବଗି : ଭୋକରେ ଡହଳବିକଳ ହେଲେ ଯାତ୍ରୀ

10/05/2020 at 12:42 PM

ସୁରଟ ୧୦/୦୫ : ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ସୁରଟରୁ ଉତ୍ତର ପ୍ରଦେଶ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନର ୨୦ଟି ଡବା ପଛରେ ରହିଯାଇଛି | ଇଞ୍ଜିନ ସହ ବାକିତକ ଡବା ଚାଲିଯାଇଥିଲା | ଘଟଣା ସମ୍ପର୍କରେ ଷ୍ଟେସନ ଗାର୍ଡ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ | ସୂଚନା ଅନୁଯାୟୀ, ଇଞ୍ଜିନ ସହ ୩ଟି ବଗି ଭଟୋଲି ଷ୍ଟେସନରୁ ଅଲଗା ହୋଇ ଆଗକୁ ଚାଲିଯାଇଥିଲା ଏବଂ ବାକି ୨୦ ଟି ବଗି ପଛରେ ରହିଯାଇଥିଲା |

ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ଫ୍ୟୁଜନ ଯୋଗୁଁ ଟ୍ରେନର ୨୦ଟି ବଗି ପଛରେ ରହିଯାଇଥିଲା | ଏକ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ସେମାନେ ରକ୍ଷା ପାଇଯାଇଛନ୍ତି ବୋଲି ଯାତ୍ରୀ ଜଣକ କହିଛନ୍ତି | ସେ କହିଛନ୍ତି ଯେ ଶନିବାର ଦିନ ସୁରଟରୁ ଇଲାହାବାଦକୁ ଯାତ୍ରା ଆରମ୍ଭ କରିଥିଲେ | କିନ୍ତୁ ଏବେ ଯାଏଁ ତାଙ୍କୁ କିଛି ଖାଇବାକୁ କିମ୍ବା ପିଇବାକୁ ମିଳିନାହିଁ | ଭୋକରେ ଯାତ୍ରୀ ଡହଳବିକଳ ହେଉଛନ୍ତି | କାରଣ ଟ୍ରେନ ସେଠାରେ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା | କିନ୍ତୁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ସେ କହିଛନ୍ତି |

   Related Posts