ପୁରୀ ରେଳଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୧୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନେକ ଟ୍ରେନ ବାତିଲ୍

Published By : Prameya-News7 Bureau | September 13, 2018 IST

ପୁରୀ ୧୩/୯ : ପୁରୀ ରେଳଷ୍ଟେସନରେ ସୁରକ୍ଷା ଓ ଆଧୁନିକୀକରଣ କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏଥିପାଇଁ ୧୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନେକ ଟ୍ରେନକୁ ବାତିଲ୍ କରାଯିବା ସହ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ୍ କରାଯାଇଛି। ପୁରୀ ରେଳଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ଟର୍ମିନାଲ୍ ଷ୍ଟେସନ। ଏଠାରୁ ପ୍ରତିଦିନ ୫୪ ଟି ଟ୍ରେନ୍ ଯାତାୟତ କରିଥାଏ। ଏହି ଷ୍ଟେସନରୁ ପ୍ରତିଦିନ ହାରାହାରି ୧୦ ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ଯିବା ଆସିବା କରିଥାନ୍ତି। ଷ୍ଟେସନର ସୁପରିଚାଳନା, ସୁରକ୍ଷା ଓ ଆଧୁନିକୀକରଣ ଦୃଷ୍ଟିରୁ ବିଭିନ୍ନ ପ୍ରକାର ନିର୍ମାଣ ଓ ମରାମତି କରାଯିବ। ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ହାଓ୍ୱଡ଼ା ଦ୍ୱପ୍ରକ୍ଷିକ ଏକ୍ସପ୍ରେସକୁ ଆସନ୍ତା ୧୭, ୧୯ ଓ ୨୪ ରେ ବାତିଲ୍ କରାଯାଇଥିବା ବେଳେ ହାଓ୍ୱଡ଼ାକୁ ୧୮, ୨୦ ଓ ୨୫ ତାରିଖରେ ବାତିଲ୍ କରାଯାଇଛି। ସେହିପରି ପୁରୀରୁ ଛାଡ଼ିବାକୁ ପୁରୀ-ଯଶୋବନ୍ତପୁର ଗରିବ ରଥକୁ ୧୪ ଓ ୨୧ ଏବଂ ଯଶୋବନ୍ତପୁରରୁ ୧୫ ଓ ୨୨ ତାରିଖରେ ବାତିଲ୍ କରାଯାଇଛି। ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଚେନ୍ନାଇ ସେଣ୍ଟ୍ରାଲକୁ ୧୬ ଓ ୨୩ ରେ ଏବଂ ଚେନ୍ନାଇ ଷ୍ଟେସନରୁ ୧୭ ଓ ୨୪ ତାରିଖରେ ବାତିଲ୍ କରାଯାଇଛି। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସକୁ ୧୨ ଓ ୧୯ ରେ ଏବଂ ଅହମ୍ମଦାବାଦରୁ ୧୪ ଓ ୨୧ ତାରିଖରେ ବାତିଲ୍ କରାଯାଇଛି। ପୁରୀ-ହାଓ୍ୱଡ଼ା ଏକ୍ସପ୍ରେସକୁ ୧୬ ଓ ୨୩ ଏବଂ ହାଓ୍ୱଡ଼ାକୁ ୧୭ ଓ ୨୪ ତାରିଖରେ ବାତିଲ୍ କରାଯାଇଛି। ଗାନ୍ଧୀଧାମ୍ ଏକ୍ସପ୍ରେସକୁ ଗାନ୍ଧୀଧାମରୁ ୧୨ ଓ ୧୯ ତାରିଖ ଏବଂ ପୁରୀରୁ ୧୫ ଓ ୨୨ ତାରିଖ, ସିଆଲଜା-ପୁରୀ ଦୁଗନ୍ତ ଏକ୍ସପ୍ରେସକୁ ସିଆଲଦାରୁ ୧୪, ୧୭, ୧୯ ଓ ୨୧ ତାରିଖରେ ଏବଂ ପୁରୀରୁ ୧୫, ୧୮, ୨୦ ଓ ୨୨ ତାରିଖରେ ବାତିଲ୍ କରାଯାଇଛି। ଅନ୍ୟପକ୍ଷରେ ପୁରୀ-ହାଓ୍ୱଡ଼ା ଶତାଦ୍ଦୀ ଏକ୍ସପ୍ରେସକୁ ପୁରୀରୁ ୧୫ ଓ ୨୨ ତାରିଖ ଏବଂ ହାଓ୍ୱଡ଼ାରୁ ୧୫ ଓ ୨୨ ତାରିଖ, ଭଞ୍ଜପୁର-ପୁରୀ ସ୍ପେଶାଲ୍ ଟ୍ରେନକୁ ଭଞ୍ଜପୁରରୁ ୧୪ ଓ ୨୧ ଏବଂ ପୁରୀରୁ ୧୫ ଓ ୨୨ ତାରିଖରେ ବାତିଲ୍ କରାଯାଇଛି। ରାଉଲକେଲା-ପୁରୀ ପାସେଞ୍ଜରକୁ ରାଉଲକେଲାରୁ ୧୪ ରୁ ୨୪ ତାରିଖ ଏବଂ ପୁରୀରୁ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ, ଖୋର୍ଦ୍ଧାରୋଡ଼-ପୁରୀ ପାସେଞ୍ଜରକୁ ୧୪ ରୁ ୨୪ ତାରିଖ ପର୍ଯ୍ୟନ୍ତ, ଖୋର୍ଦ୍ଧାରୋଡ଼ରୁ ନୟାଗଡ଼ ଟ୍ରେନକୁ ଯାତାୟତ କରୁଥିବା ଖୋର୍ଦ୍ଧାରୋଡ଼ ପାସେଞ୍ଜର ୧୪ ରୁ ୨୪ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.