ଚଳିତ ସପ୍ତାହରୁ ବଢ଼ିବ ରେଳ ଭଡ଼ା -କିଲୋମିଟର ପିଛା ୪୦ ପଇସା ଯାଏଁ ମହଙ୍ଗା

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ,୨୫।୧୨: ଖୁବ୍‌ଶୀଘ୍ର ମହଙ୍ଗା ହେବ ରେଳଯାତ୍ରା । ଭାରତୀୟ ରେଳପଥ ଚଳିତ ସପ୍ତାହରୁ ସବୁ ଟ୍ରେନ୍‌ ତଥା ସବୁ ଶ୍ରେଣୀ ପାଇଁ ରେଳ ଭଡ଼ା ବଢ଼ାଇବ । ବିଭିନ୍ନ ଶ୍ରେଣୀରେ ରେଳ ଭଡ଼ା କିଲୋମିଟର ପିଛା ୫ ପଇସାରୁ ୪୦ ପଇସା ଯାଏଁ ବୃଦ୍ଧି ଘଟିବ । ରେଳ ଭଡ଼ା ବୃଦ୍ଧି ପାଇଁ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଅନୁମୋଦନ ମିଳିସାରିଛି ।

{"id":202375,"sizeSlug":"large"}

କିନ୍ତୁ ଝାଡ଼ଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନ ଯୋଗୁ ରେଳ ଭଡ଼ା ଘୋଷଣାକୁ ସ୍ଥଗିତ ରଖାଯାଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଭାରତରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଭାରତୀୟ ରେଳପଥ ବହୁ ଆର୍ଥିକ ଚାପ ଦେଇ ଗତି କରୁଛି । କିନ୍ତୁ ସଡ଼କ ପରିବହନ ସହ କଡ଼ା ପ୍ରତିଯୋଗିତା ହେତୁ ମାଲ ଭଡ଼ା ବୃଦ୍ଧିର ସୁଯୋଗ ନାହିଁ । କିନ୍ତୁ କିଛି ବର୍ଷ ହେଲା ଯାତ୍ରୀବାହୀ ରେଳ ଭଡ଼ା ବଢ଼ିନାହିଁ ।

{"id":202376,"sizeSlug":"large"}

ଏଣୁ ଯାତ୍ରୀ ଭଡ଼ା ବଢ଼ାଇ ରାଜସ୍ୱ ବୃଦ୍ଧି ପାଇଁ ରେଳପଥ ଯୋଜନା ରଖିଛି । ଅପରପକ୍ଷରେ ରେଳପଥ ରାଜସ୍ୱ ବୃଦ୍ଧି ପାଇଁ ସରକାର କେତେକ ଟ୍ରେନ୍‌ରେ ଫ୍ଲେକ୍ସି ଫେୟାର (ପରିବର୍ତ୍ତିତ ଭଡ଼ା) ବ୍ୟବସ୍ଥା ମଧ୍ୟ ଲାଗୁ କରିଛନ୍ତି । ୨୦୧୯ ସେପ୍ଟେମ୍ବରରେ ରେଳପଥର ମୋଟ ରାଜସ୍ୱ ଲଗାତର ଦ୍ୱିତୀୟ ମାସ ପାଇଁ ୪.୨% ଖସି ୧୩,୧୬୯ କୋଟି ୨୦ ଲକ୍ଷ ଟଙ୍କା ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.