ବଗିରୁ ଅଲଗା ହୋଇ ନଦୀକୁ ଖସି ପଡିଲା ଇଞ୍ଜିନ, ସମସ୍ତ ଯାତ୍ରୀ ସୁରକ୍ଷିତ

Published By : Prameya-News7 Bureau | May 20, 2021 IST

ରାଉରକେଲା, ୨୦।୦୫: ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା । ନଦୀରେ ଖସିପଡିଲା ଇଞ୍ଜିନ । ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଟ୍ରେନ୍‌ଟି ହାଟିଆରୁ ରାଉରକେଲା ଆସୁଥିଲା । କିନ୍ତୁ କନରବା ଷ୍ଟେସନ ପାଖରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡିଥିଲା । ତେବେ ଭୁଲ ସିଗନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି ।

ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣାରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.