ଭୟଙ୍କର ରେଳ ଦୁର୍ଘଟଣା : ମୁହାଁମୁହିଁ ହେଲା ୨ ଟ୍ରେନ, ୨୦୦ ଆହତ

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ,୨୫/୦୫:  ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଆହତ ହେଲେ ୨୦୦ରୁ ଅଧିକ ଯାତ୍ରୀ । ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଛନ୍ତି । ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ପରେ ଟ୍ରେନ ଯାତ୍ରୀମାନେ କିପରି ଆହତ ହୋଇ ଚିତ୍କାର କରୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଦୁର୍ଘଟଣାରେ ୧୬୬ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ମହମ୍ମଦ ଜୈନାଲ ଅବଦୁଲାହ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଗୋଟିଏ ଟ୍ରେନ୍ ମରାମତି ହେବା ପାଇଁ ଷ୍ଟେସନକୁ ଯାଉଥିଲା । ଏହି ସମୟରେ ସମାନ ଟ୍ରାକରେ ଆଉ ଏକ ଯାତ୍ରୀ ବାହୀ ଟ୍ରେନ୍ ଆସିବାରୁ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଟ୍ରେନ୍ ଦ୍ୱୟ ମଧ୍ୟ ଦ୍ରୁତ ଗତିରେ ଯାଉନଥିଲେ । ଗୋଟିଏ ଟ୍ରେନର ଘଣ୍ଟା ପ୍ରତି ବେଗ୍ ଘଣ୍ଟା ପ୍ରତି ୪୦ କିମି ଥିବା ବେଳେ ଅନ୍ୟ ଟ୍ରେନର ବେଗ ଘଣ୍ଟା ପ୍ରତି ୨୦ କିମି ଥିଲା ।

ଘଟଣାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଫେସବୁକ ଯୋଗେ ପୋଷ୍ଟ କରିଛନ୍ତି । ଏହାସହ ଘଟଣାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.