ଟ୍ରେନ୍ରେ କଟି ୨ ଖଣ୍ଡ ହୋଇଗଲେ ଯୁବକ, ତା ପରେ ବି କହୁଥିଲେ ଏଥିରେ କାହାର ଭୁଲ୍ ନାହିଁ…
7/01/2021 at 9:21 AM

ଶାହାଜାହାଁପୁର,୦୭/୦୧: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା କାରଣରୁ ମୃତ୍ୟୁର ଏକ କଷ୍ଟ ଦାୟକ ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ଶରୀର ଟ୍ରେନ୍ରେ କଟି ୨ଖଣ୍ଡ ହୋଇଯାଇଥିଲା ଏବଂ ତାଙ୍କର ଗୋଟିଏ ଭାଗ ପାଖରେ ଥିବା ନାଳ ଭାତରକୁ ଖସି ପଡ଼ିଥିଲା। ଏହାପରେ ବି ସେ ଏହି ଘଟଣା ପାଇଁ କେହି ଦାୟୀ ନୁହନ୍ତି ବୋଲି ଦମ୍ଭରେ ସହ କହୁଥିଲେ। ଜୀବନ ମରଣ ସହ ୧୨-୧୩ ଘଣ୍ଟାର ସଂଘର୍ଷ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ଅନୁଯାୟୀ, ଯୁବକ ଜଣକ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଟ୍ରେନ୍ ଆସିବା କ୍ଷଣି ସେ ଟ୍ରାକରେ ଶୋଇପଡ଼ି ଥିଲେ। ଯାହାଫଳରେ ଟ୍ରେନ୍ ତାଙ୍କ ଉପରେ ଚଢ଼ିଯାଇଥିଲା ଏବଂ ତାଙ୍କର ଅଣ୍ଟା ତଳକୁ କଟି ଟ୍ରାକ୍ ପାଖରେ ପଡ଼ିଥିବା ବେଳେ ଉପର ଅଂଶ ପାଖରେ ଥିବା ଏକ ନାଳକୁ ଖସି ପଡ଼ିଥିଲା। ଶରୀର ଦୁଇଭାଗ ହେଲା ପରେ ମଧ୍ୟ ଯୁବକ ଜଣକ ନାଳରେ ଏପରି ପଡ଼ିଥିଲେ ଯେ ଯେପରି ତାଙ୍କର କିଛି ହୋଇନାହିଁ ଏବଂ ଏହି ଘଟଣା ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ କହୁଥିଲେ।

ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଶରୀରର ଦୁଇ ଭାଗକୁ ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଙ୍କ ୧୨-୧୩ ଘଣ୍ଟାର ପରିଶ୍ରମ ପରେ ମଧ୍ୟ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ସୋମବାର ପାଖାପାଖି ୧୦ଟା ସମୟରେ ରୋଜା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ମୃତ ବ୍ୟକ୍ତି ହଥୌଡ଼ା ବୁଜୁର୍ଗର ୧୯ ବର୍ଷୀୟ ହର୍ସବର୍ଦ୍ଧନ ହୋଇଥିବା ଜଣାପଡ଼ିଛି। ସେ ମାଆଙ୍କ ଠାରୁ ଟଙ୍କା ନେଇ ଘରୁ ବାହାରି ଥିଲେ କିନ୍ତୁ କିଛି ସମୟ ପରେ ତାଙ୍କ ପାରିବାରକୁ ଟ୍ରେନ୍ରେ ସେ କଟିଯାଇଥିବା ଖବର ମିଳିଥିଲା।