Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଜରଟି ନିକଟ ଟନେଲ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୧୩ଟି ବଗି

29/12/2020 at 8:59 AM

କୋରାପୁଟ ୨୯।୧୨:  ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଜରଟି ନିକଟରେ ଟନେଲ ମଧ୍ୟରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି । ତେବେ ଟ୍ରେନ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହେବା ଦ୍ୱାରା ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ଟି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । କିନ୍ତୁ ଜରଟି ନିକଟରେ ଥିବା ଟନେଲ୍‌ ମଧ୍ୟରେ ଟ୍ରେନ୍‌ର ଲାଇନଚ୍ୟୁତ ହୋଇଯାଇଛି । ଯାହାଫଳରେ ଟ୍ରେନ୍‌ର ୧୩ଟି ବଗି ଟ୍ରାକ୍‌କୁ ଖସି ଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇଁ  କୋରାପୁଟରୁ ଏକ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି , ଏବଂ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଆବଶ୍ୟକ ପଡିଲେ ଅଧିକ ଉଦ୍ଧାରକାରୀ ଟିମ୍‌ ଡକାଯିବାର ସୂଚନା ରହିଛି ।

ଅନ୍ୟ ପଟେ ରେଳ ଲାଇନ୍‌ରେ ଦୁର୍ଘଟଣା ହେବା ଦ୍ୱାରା, ସେହି ରୁଟ୍‌ରେ ସମସ୍ତ ଟ୍ରେନ୍‌ ଚଳାଚଳକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ଜବଦରଲପୁର-କୋରାପୁଟ ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ, ଟ୍ରେନ୍‌ ଚଳାଚଳ ନେଇ କିଛି ନିଷ୍ପତ୍ତି ନିଆଯାଇନଥିବା ସୂଚନା ରହିଛି ।

   Related Posts