ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ

Published By : Prameya-News7 Bureau | May 09, 2021 IST

ଘଟଗାଁ, ୦୯/୦୫ : କେନ୍ଦୁଝର ଜିଲ୍ଲା ଶଗଡ଼ପଟା ଷ୍ଟେସନ  ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର ହୋଇ ପଡିଛି। ହାତୀଟି ଲାଇନ୍ ପାର୍ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

ସୂଚନା ଅନୁସାରେ ଶନିବାର ରାତି ପାଖାପାଖି ୯ଟା ସମୟରେ ଦନ୍ତା ହାତୀଟି ଟ୍ରେନ ଲାଇନ ପାର ହେଉଥିଲା । ଏହି ସମୟରେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା | ଯାହାଫଳରେ ହାତୀଟି ଗୁରୁତର ହୋଇ ପଡିଛି | ତେବେ ବର୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାଟି କିଭଳି ଘଟିଲା ତାହା ଜଣାପଡିନାହିଁ |

ଅନ୍ୟପକ୍ଷରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ହାତୀଟିକୁ ଉଦ୍ଧାର କରିଛନ୍ତି | ବନ ବିଭାଗ ମେଡିକାଲ୍ ଟିମ୍ କୁ ଖବର ଦେବା ପରେ ଘଟଣାସ୍ଥଳରେ ଜିଲ୍ଲା  ପ୍ରାଣୀ ଚିକିତ୍ସକ ଟିମ୍ ପହଂଚି ହାତୀଟିକୁ ଚିକିତ୍ସା କରୁଛନ୍ତି | ଚିକିତ୍ସକଙ୍କ ସୁଚନା ଅନୁଯାୟୀ ହାତୀଟିର ଶରୀରରେ ଓ ପଛ ଡାହାଣ ଗୋଡଟିରେ ଶକ୍ତ ଆହାତ ହୋଇଛି | ଯାହାଫଳରେ ହାତୀଟି ଗୁରୁତର ହୋଇପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.