Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ

18/01/2021 at 10:17 AM

ଲକ୍ଷ୍ନୌ ୧୮।୦୧: ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ । ଉତ୍ତରପ୍ରଦେଶ ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନ୍‌ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣାର ଶୀକାର ହୋଇଛି । ଶହିଦ ଏକ୍ସପ୍ରେସ୍‌ ଟ୍ରେନ୍‌ର ୨ଟି କୋଚ୍‌ ଟ୍ରାକରୁ ଖସିଯାଇଛି । ଯାହାଫଳରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭.୪୫ ସମୟରେ ପଞ୍ଜାବର ଅମୃତସରରୁ ଜୟଗର ଯାଉଥିବା ଟ୍ରେନ୍‌ ନମ୍ବର ୧୪୬୭୪ ଶହିଦ ଏକ୍ସପ୍ରେସ୍ ଦୁର୍ଘଟଣା ଶିକାର ହୋଇଛି । ଚାର୍‌ବାଗ ଷ୍ଟେସନ୍‌ ଟ୍ରେନ୍‌ଟି ଅଟକିଥିଲା । ଏହି ଷ୍ଟେସ୍‌ନରେ କିଛି ଯାତ୍ରୀଙ୍କୁ ନେଇ ବାହାରିଥିଲା । କିନ୍ତୁ ଟ୍ରେନ୍‌ଟି ଷ୍ଟେସନ ଛାଡିବାର କିଛି ସମୟ ପରେ ଦୁର୍ଘଟଣା ଘଟିଥିଲା । ଟ୍ରେନ୍‌ର ୨ଟି ବଗି ଟ୍ରାକ୍‌ରୁ ଖସିଯାଇଛି । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଯାହାପରେ ସ୍ଥାନୀୟ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେଳବାରଇ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାର ସୂଚନା ମିଳିଛି ।

ତେବେ ଟ୍ରେନ୍‌ର ୧୦୦ରୁ ଅଧିକ ଯାତ୍ରୀ ଥିଲେ । କିନ୍ତୁ ଦୁର୍ଘଟଣାର କାହାର ବିଶେଷ କ୍ଷତି ହୋଇନାହିଁ ବୋଲି ଜଣାପଡିଛି । ଟ୍ରେନ୍‌ର ବେଗ କମ୍‌ ଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ଖସିଡିଥିବା ଡି-୧, ଡି-୨ ବଗିକୁ  ଟ୍ରାକକୁ ଆଣିବାକୁ ଉଦ୍ୟମ ଜାରି ରହିଛି ।

   Related Posts