ମାଲବାହୀ ଟ୍ରେନ୍‌ ପୁଣି ଲାଇନଚ୍ୟୁତ, ୩ ଦିନରେ ୨ ଥର ସମାନ ଟ୍ରାକ୍‌ରୁ ଖସିଲାଣି ଟ୍ରେନ୍‌

Published By : Prameya-News7 Bureau | January 30, 2021 IST

କେନ୍ଦୁଝର ୩୦।୦୧ : ମାଲବାହୀ ଟ୍ରେନ୍‌ ପୁଣି ଲାଇନ୍‌ଚ୍ୟୁତ । କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନ୍ଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରେଳଓ୍ୱର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତିନି ଦିନରେ ୨ ଥର ଏପରି ଅଘଟଣ ଘଟିଛି । ‌

{"id":401035,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ମାଲବାହୀ ଟ୍ରେନ୍‌ଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ୱୀପ ବନ୍ଦର ଯାଉଥିଲା । କିନ୍ତୁ କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନଟି କେନ୍ଦୁଝରଗଡ଼ ଷ୍ଟେସନ ଭିତରକୁ ଟ୍ରେନ୍‌ ପ୍ରବେଶ କରିବା ପାଇଁ ଟ୍ରାକ ଚେଞ୍ଜ ବେଳେ ଅଘଟଣ ଘଟିଛି । ଟ୍ରେନର ମଝି ୬ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଯାହାଫଳରେ ବଡ଼ଧରଣର କିଛି ଅଘଟଣ ଘଟିନଥିବା ବେଳେ  ରେଳ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକରୁ ଆଣିବା ପାଇଁ ଉଦ୍ୟମ ଚାଲିଥିବା ବେଳେ କିପରି ଏଭଳି ଟ୍ରାକ୍‌ରୁ ବଗି ଖସିଲା, ସେନେଇ ତଦନ୍ତ  ।

{"id":401036,"sizeSlug":"large","linkDestination":"none"}

ସେହିପରି ଏହାପୂର୍ବରୁ ଗତ ୨୮ ତାରିଖ ଦିନ ଉକ୍ତ ସ୍ଥାନରେ ଅନ୍ୟ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆଜି ମଧ୍ୟ କାହାର କିଛି ହୋଇନାହିଁ । ଵର୍ତମାନ ଏହି ରୁଟ ଦେଇ କୌଣସି ଯାତ୍ରୀବାହୀ ଟ୍ରେନ ଯାଉ ନଥିବା ବେଳେ ତିନି ଦିନ ମଧ୍ୟରେ ଦୁଇ ଦୁଇଥର ଲାଇନଚ୍ୟୁତ ନେଇ ରେଳବିଭାଗର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି ।

{"id":401037,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.