ଜର୍ଟି ଟନେଲରେ ମାଲବାହି ଟ୍ରେନ୍ ଲାଇନଚ୍ୟୁତ: ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | December 29, 2020 IST

କୋରାପୁଟ୨୮/୧୨: କୋରାପୁଟ- କିରଣ୍ଡୁଲ ରେଳପଥର ଜର୍ଟି ଷ୍ଟେସନଠାରୁ ୩ କିମି ଦୂରରେ ମଙ୍ଗଳବାର ଭୋରରୁ ମାଲବାହି ଟ୍ରେନ ଲାଇନ୍‌ଚ୍ୟୁତ ଘଟିଛି। ଲୁହପଥର ବୋଝେଇ ମାଲବାହି ଟ୍ରେନଟି କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଭୋର ସାଢ଼େ ୪ଟାରେ ଟନେଲ୍ ନଂ ୪୫ ମଧ୍ୟରେ ଲାଇନଚ୍ୟୁତ ହୋଇଛି।

୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଏହି ରେଳପଥରେ ଯାତାୟତ କରୁଥିବା ବିଶାଖାପାଟଣା କିରଣ୍ଡୁଲ ସ୍ବତନ୍ତ୍ର ଯାତ୍ରୀବାହି ଟ୍ରେନ ଗମନାଗମନରେ ପ୍ରଭାବିତ ହୋଇଛି। ବିଶାଖାପାଟଣାରୁ କିରଣ୍ଡୁଲ ଯାଉଥିବା ସ୍ବତନ୍ତ୍ର ଯାତ୍ରୀବାହି ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଫେରି ଯାଇଥିବା ଷ୍ଟେସନ ମ୍ୟାନେଜର କହିଛନ୍ତି।

ମଙ୍ଗଳବାର ସକାଳେ କୋରାପୁଟରୁ ସ୍ବତନ୍ତ୍ର ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାରି ରଖିଛି। ଏଥିସହ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରମିକମାନଙ୍କ ଦ୍ବାରା କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ସଫେଇ କାର୍ଯ୍ୟ ବୁଧବାର ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ସ୍ବତନ୍ତ୍ର ଇଞ୍ଜିନିୟରମାନଙ୍କ ଦ୍ବାରା ଟ୍ରେନ ଟ୍ରାକ ମରାମତି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.