Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ : ଖସିଲା ୧୨ଟି ବଗି, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

10/11/2020 at 9:11 AM

ଜୟପୁର ୧୦।୧୧: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । କୋରାପୁଟ ଜୟପୁର ମଝିରେ ଥିବା ମାଲବାର ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍‌ ଓଲଟିଲା ।  ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସେଥିରୁ ୮ଟି ବଗି ସଂପୂର୍ଣ୍ଣ ଓଲଟିପଡିଛି । ଦୁର୍ଘଟଣା ଯୋଗୁଁ ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଖବରଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍‌ଟି ଲୁହା ପଥର ଗୁଣ୍ଡ ନେଇ କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ତେବେ ମାଲବାର ଷ୍ଟେସନ୍‌ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇ ଓଲଟିପଡିଥିଲା । ଯାହାଫଳରେ ମାଲବାହୀ ଟ୍ରେନ୍‌ର ୧୨ଟି ବଗି ଟ୍ରେନ୍‌ ଲାଇନ୍‌ରୁ ଖସିପଡିଥିଲା । ତେବେ ଲାଇନ୍‌ଚ୍ୟୁତ ହୋଇଥିବା ୧୨ଟି ବଗି ମଧ୍ୟରୁ ୮ଟି ବଗି ସଂପୂର୍ଣ୍ଣ ଭାବେ ଓଲଟିପଡିଛି । ଦୁର୍ଘଟଣା ହେବା ଫଳେ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।  

   Related Posts