ଶିଖରପୁରରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

Published By : Prameya-News7 Bureau | September 16, 2020 IST

କଟକ ୧୬।୦୯: କଟକରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ । ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ମାଲବାହୀନ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା  ସୂଚନା ମିଳିଛି । ତେବେ ବଡ଼ଧରଣର କୌଣସି କ୍ଷୟକ୍ଷତି ହୋଇନଥିବା ମଧ୍ୟ ସୂଚନା ହସ୍ତଗତ ହୋଇଛି ।

{"id":330313,"sizeSlug":"large"}

ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ରୋଡ଼୍‌ ଅଭିମୁଖେ ଯାଉଥିବା ଟ୍ରେନ୍‌ ହଠାତ୍‌ ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ଲାଇଚ୍ୟୁତ ହୋଇଯାଇଛି । ଯାହାଫଳରେ କି ଟ୍ରେନ୍‌ର ଗୋଟିଏ ବଗି ମଧ୍ୟ ଖସିଯାଇଛି ।

{"id":330315,"sizeSlug":"large"}

ତେବେ ଦୁର୍ଘଟଣାରେ ଖବର ପାଇ  ଆରପିଏଫ୍‌  ଓ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଏହି ରୁଟ୍‌ରେ ଅନ୍ୟ ଯାତ୍ରୀବାଗୀ ଟ୍ରେନ୍‌ ଯିବା ଆସିବାରେ କୌଣସି ଅସୁବିଧା ନଥିବା ସୂଚନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.