ଜଙ୍ଗଲ ମଝିରେ ଟ୍ରେନ୍‌କୁ ଅଟକାଇଲେ ମାଓବାଦୀ, ଖୋଲିଦେଲେ ଗୋଟିଏ ବଗି ଓ ଇଞ୍ଜିନ୍

Published By : Prameya-News7 Bureau | April 24, 2021 IST

ମାଲକାନଗିରି ୨୪।୦୪: ଅପରେସନ ପ୍ରହାରକୁ ବିରୋଧ । ଟ୍ରେନ୍‌କୁ ଅଟକାଇ ଯାତ୍ରୀଙ୍କୁ ବାଣ୍ଟିଲେ ପୋଷ୍ଟର । ଆସନ୍ତା ୧୬ତାରିଖରେ ଭାରତ ବନ୍ଦକୁ ସଫଳ କରିବାକୁ ଦେଲେ ଆହ୍ୱାନ ।

{"id":443204,"sizeSlug":"large","linkDestination":"none"}

 ଖବର ଅନୁଯାୟୀ, ନକ୍ସଲ ମାନେ ଶୁକ୍ରବାର ମାଲକାନଗିରି ଛତିଶଗଡ ସିମାନ୍ତ  ଦନ୍ତେୱାଡା ଜିଲ୍ଲାରେ ଏକ ପାସେଞ୍ଜର ଟ୍ରେନ୍ କୁ ଅଟକାଇଥିଲେ । ବଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲ ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନ୍ ଟିକୁ ଅଟକାଇ ଆସନ୍ତା ୨୬ ତାରିଖ ଭାରତ ବନ୍ଦ କରିବା ଲାଗି ପାସେଞ୍ଜର ମାନଙ୍କୁ ଦେଇଥିଲେ ମାଓ ପୋଷ୍ଟର ।

{"id":443205,"sizeSlug":"large","linkDestination":"none"}

ଏହା ସହ ଟ୍ରେନର ବଗିରେ ମଧ୍ୟ ନକ୍ସଲ ମାନେ ଲଗାଇଥିଲେ ଅନେକ ମାଓ ପୋଷ୍ଟର । ଦୁଇ ଘଣ୍ଟାରୁ ଅଧିକ ଅଧିକ ସମୟ ଧରି ସେଠାରେ ଟ୍ରେନ୍ ଟି ଅଟକି ରହିବା ପରେ ଗୋଟିଏ ଇଞ୍ଜିନ ଓ ଗୋଟିଏ ବଗିକୁ ନକ୍ସଲ ମାନେ ଖୋଲି ଦେଇଥିଲେ । ପରେ ଅଧା ଟ୍ରେନ ଓ  ପାସେଞ୍ଜର ମାନଙ୍କୁ ସୁରକ୍ଷିତ ଅବସ୍ଥାରେ କିରାଣ୍ଡୁଲ ପହଞ୍ଚିଥିଲା ଟ୍ରେନ୍ । ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.