ଦେଶରେ ଲକ୍ଷେ ଟପୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, ଏହି ଟ୍ରେନ ଚଳାଚଳ ହେଲା ବନ୍ଦ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ, ୦୮।୦୪: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଏହାକୁ ନଜରରେ ରଖି ଭାରତୀୟ ରେଳବାଇ ପୁଣି ଥରେ କିଛି ଟ୍ରେନକୁ ରବ୍ଦ କରିଦେଇଛି । ରେଳବାଇ ତେଜସ ଏକ୍ସପ୍ରେସକୁ କିଛି ଦିନ ପାଇଁ ରବ୍ଦ କରିଛି । ରେଳବାଇ ପକ୍ଷରୁ ବୟାନ ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି ।

ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୯ରୁ ୯୦ ଯାଏଁ ଅସ୍ଥାୟୀ ଭାବେ ଲକ୍ଷ୍ନୌ-ଦିଲ୍ଲୀ ତେଜସ ଏକ୍ସପ୍ରେସ ସେବା ବନ୍ଦ କରାଯାଇଛି । ଭବିଷ୍ୟତର ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ଟ୍ରେନ ସପ୍ତାହରେ ୪ ଦିନ ଶୁକ୍ରବାର, ଶନିବାର, ରବିବାର ଓ ସୋମବାର ଚଳାଚଳ କରିଥାଏ ।

ଏହାପୂର୍ବରୁ ଆଇଆରସିଟିସି ଅହମ୍ମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସକୁ ଏପ୍ରିଲ ୨ରୁ ବନ୍ଦ କରିଦେଇଥିଲା । ପଶ୍ଚିମ ରେଳବାଇ ନିଜର ଟ୍ୱିଟର ପେଜରେ ଏନେଇ ସୂଚନା ଦେଇଥିଲା  ।

ନଭେମ୍ବର ୨୪ରେ ମଧ୍ୟ ହୋଇଥିବା ବନ୍ଦ

୨୦୨୦ ନଭେମ୍ବର ୨୪ରେ ଆଇଆରସିଟିସି ଟ୍ରେନରେ କମ୍ ଯାତ୍ରୀ ସଂଖ୍ୟାକୁ ଦେଖି କ୍ୟାନସଲ୍ କରିଦେଇଥିଲା । ମହାମାରୀ ପାଇଁ ଏଥିରେ ବହୁତ କମ୍ ଯାତ୍ରୀ ଟିକେଟ୍ କରିଥିଲେ । ଏହି କାରଣରୁ ଟ୍ରେନକୁ କ୍ୟାନସଲ୍ କରିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.