Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଭଦ୍ରକ ଚରମ୍ପା ଷ୍ଟେସନରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍, ଗୁଜୁରାଟରୁ ଆସିଛନ୍ତି ୩୨୬ ପ୍ରବାସୀ ଓଡିଆ

13/05/2020 at 1:58 PM

ଭଦ୍ରକ ୧୩।୫: ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ପହଞ୍ଚିଲା ପ୍ରବାସୀଙ୍କୁ ଆଣିଥିବା ସ୍ବତନ୍ତ୍ର ଟ୍ରେନ୍ । ପ୍ରବାସୀଙ୍କୁ ନେଇ ଆସିଛି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଗୁଜୁରାଟର ଥାନଗଡରୁ ଆସିଛି ଟ୍ରେନ୍ । ଟ୍ରେନରେ ୩୨୬ ପ୍ରବାସୀ ଆସିଛନ୍ତି । ସ୍କ୍ରିନିଂ ପରେ ନିଜ ଜିଲ୍ଲା ଓ ବ୍ଲକକୁ ସ୍ବତନ୍ତ୍ର ବସରେ ଯିବେ ପ୍ରବାସୀ ।

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରର ମଙ୍ଗଳଗିରିରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିଥିଲେ । ଚରମ୍ପା ଷ୍ଟେସନରେ ପ୍ରାୟ ୪୦୦ ପ୍ରବାସୀ ଓହ୍ଲାଇବା ପରେ ସମସ୍ତଙ୍କୁ ସ୍କ୍ରିନିଂ କରାଯାଇଛି । ଭଦ୍ରକ ଷ୍ଟେସନରେ ପ୍ରବାସୀ ଓହ୍ଲାଉଥିବାରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସର ସମେତ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି ।

ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ବତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲା ଓ ବ୍ଲକକୁ ପଠାଯାଇଛି । ପଞ୍ଚାୟତ କିମ୍ବା ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଛି । ଷ୍ଟେସନ ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବା ସହ କିପରି ସାମାଜିକ ଦୂରତା ଅବଲମ୍ବନ କରିଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜିଆରପି, ଆରପିଏଫ, ଭଦ୍ରକ ପୋଲିସ ମୁତୟନ ହୋଇଛନ୍ତି । ଜିଲ୍ଲାର ସମସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି ।

   Related Posts