Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବର ଷ୍ଟେସନରେ ପହଞ୍ଚିଲା ଟ୍ରେନ୍, ଆସିଛନ୍ତି ୮୭୬ଜଣ ପ୍ରବାସୀ ଓଡିଆ

13/05/2020 at 12:38 PM

ବାଲେଶ୍ବର ୧୩।୫: ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ୍ ବାଲେଶ୍ବର ଷ୍ଟେସନରେ ପହଞ୍ଚିଛି । ଗୁଜୁରାଟର ଥାନେଗଡରୁ ଏହି ଟ୍ରେନ୍ ବାଲେଶ୍ବର ଜିଲ୍ଲାର ୭୧୬ ଜଣ ଓ ମୟୂରଭଞ୍ଜ ଜିଲ୍ଲାର ୧୬୦ ଜଣଙ୍କୁ ନେଇ ଆସିଛି । ସମସ୍ତ ଯାତ୍ରୀ ଷ୍ଟେସନରେ ନାମ ପଞ୍ଜିକରଣ କରିବା ପରେ ନିଜ ପଞ୍ଚାୟତକୁ ବସ୍ ଯୋଗେ ଯିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି ।

ସେହିପରି ମହାରାଷ୍ଟ୍ରରୁ ମଧ୍ୟ ଆଉ ଏକ ଟ୍ରେନ୍ ପ୍ରବାସୀ ଓଡିଆଙ୍କୁ ନେଇ ବାଲେଶ୍ବର ଆସୁଛି । ସେଥିପାଇଁ ବାଲେଶ୍ବର ସହରର ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ରାତି ୧୨ଟାରୁ ଆଜି ରାତି ୧୨ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଲକ୍ଷ୍ମୀ ନାରାୟଣ ମନ୍ଦିର ଛକରୁ ସୁରଜ ହୋଟେଲ ଛକ ଯାଏଁ କର୍ଫ୍ୟୁ କରାଯାଇଛି । ସେହି ଅଞ୍ଚଳରେ କୌଣସି ଦୋକାନ ଖୋଲି ନାହିଁ କି କୌଣସି ଗାଡି କି ବ୍ୟକ୍ତି ଯାଆ ଆସ କରୁ ନାହାଁନ୍ତି ।

ବାଲେଶ୍ବର ଜିଲ୍ଲା ପରିବହନ ଅଧିକାରୀ ୩୦ଟି ବସ୍ ବ୍ୟବସ୍ଥା କରିଥିବା ବଳେ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ୮ଟି ବସ୍ କରାଯାଇଛି । ପ୍ରବାସୀ ଓଡିଆଙ୍କ ଖାଇବା ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି । ବାଲେଶ୍ବର ଜିଲ୍ଲାରେ ଆଜି ୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଔପଦା ଓ ବାହାନଗା ବ୍ଲକର ବୋଲି ଜଣାପଡିଛି । ଏବେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୯ଟି ଆକ୍ଟିଭ୍ କେସ୍ ରହିଛି । 

   Related Posts