Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌

1/12/2021 at 10:13 PM

ଭୁବନେଶ୍ୱର, ୦୧/୧୨: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଟ୍ରେନ୍‌ଗୁଡ଼ିକୁ ବାତିଲ୍‌ କରାଯାଇଛି । ୯୫ଟି ମେଲ୍‌ ଏବଂ ଏକ୍ସପ୍ରେସ୍‌କୁ ୩ ତାରିଖ ଏବଂ ୪ ତାରିଖ ପାଇଁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି । ଏନେଇ ପୂର୍ବତଟ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରି ସକ୍ରିୟ ହେଉଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଡିପ୍ରେସନର ରୂପ ନେବ। ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ । ୩ ଡିସେମ୍ବରରେ ପ୍ରବଳ ବର୍ଷା। ପୁରୀ, ଗଜପତି, ଜଗତସିଂହପୁର ଓ ଗଞ୍ଜାମ ଏହି ୪ ଟି ଜ଼ିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଜ଼ିଲ୍ଲାକୁ ୟେଲୋ ୱର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଚାଷୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

   Related Posts