Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାହାଘର ପାଇଁ ବୁକିଂ କରିପାରିବେ ଟ୍ରେନ: କୋହଳ ହେଲା ନିୟମ, ଜାଣନ୍ତୁ କେତେ ଦେବାକୁ ହେବ ଭଡା…

22/07/2019 at 10:05 PM

ନୂଆଦିଲ୍ଲୀ୨୨|୭: ଦେଶର ଯେକୌଣସି ବ୍ୟକ୍ତି ବିବାହଘର ହେଉ ବା ଅନ୍ୟ କିଛି ଉତ୍ସବ ପାଳନ କରିବାପାଇଁ ଟ୍ରେନର ବଗି କିମ୍ବା ପୁରା ଟ୍ରେନ ରିଜର୍ଭ କରି ପାରିବେ। ଏଥିପାଇଁ ଆଇଆରସିଟିସିରେ ସହଜ ନିୟମ ରହିଛି। ଆପଣ ଘରେ ବସି ଆଇଆରସିଟିସି ଓ୍ବେବସାଇଟରେ ସହଜ ମାଧ୍ୟମରେ ବୁକିଂ କରିପାରିବେ।

ଏଥିପାଇଁ ଟ୍ରେନର ପ୍ରକୃତ ଭଡ଼ାଠାରୁ ୩୫ରୁ ୪୦ ପ୍ରତିଶତ ଭଡ଼ା ଅଧିକ ପଡ଼ିବ। ନିର୍ଦ୍ଧାରିତ ମୂଲ୍ୟର ଅର୍ଥରାଶି ଆଡଭାନ୍ସ ଆକାରରେ ରେଳ ବିଭାଗ ଆକାଉଣ୍ଟରେ ଡିପୋଜିଟ କରିବାକୁ ପଡ଼ିବ। ଏହି ବାବଦରେ ଅତିରିକ୍ତ ଆୟ, ଜିଏସଟି ଓ ଅନନ୍ୟ ଆୟ ମିଶାଇ ଡିପୋଜିଟ କରିବାକୁ ପଡ଼ିବ। ଆପଣଙ୍କ ଉତ୍ସବ ଯଦି କ୍ୟାନସଲ ହୋଇଯାଏ। ତେବେ ନିର୍ଦ୍ଦିଷ୍ଟ ମୂଲ୍ୟ ରଖି ବାକି ସମସ୍ତ ଟଙ୍କା ଫେରସ୍ତ ପାଇ ପାରିବେ।

ଅନଲାଇନରେ ଟ୍ରେନ ବଗି କିମ୍ବା ପୁରା ଟ୍ରେନ ରିଜର୍ଭ କରିବାକୁ ଚାହୁଥିବା ବ୍ୟକ୍ତିଙ୍କ ପାଖରେ ପ୍ରମାଣ ସ୍ବରୂପ ଆଧାର କାର୍ଡ ଓ ପ୍ୟାନ କାର୍ଡ ଥିବା ଆବଶ୍ୟକ। ଯଦି ସବୁ ପ୍ରମାଣ ପତ୍ର ନଥିବ ତେବେ ବୁକିଂ କରିବାରେ ଅସୁବିଧା ହୋଇପାରେ। ସର୍ବପ୍ରଥମେ https://www.ftr.irctc.co.in/ftr/   ଉପରେ କ୍ଲିକ୍ କରି ନିଜର ଗୋଟେ ଆଇଡି କରିବାକୁ ହେବ। ପ୍ୟାନ କାର୍ଡ କିମ୍ବା ଆଧାର କାର୍ଡ ଦ୍ବାରା ଓଟିପି ନମ୍ବର ମାଧ୍ୟମରେ ଆପଣଙ୍କୁ ଆଇଡି ବନାଇକୁ ହେବ।

ଯେଉଁ ବଗି ଟ୍ରେନରେ ସଂଯୋଗ ହୋଇପାରୁଥିବ ସେହି ବଗିଗୁଡିକକୁ ବୁକିଂ କରିପାରିବେ। ଏହିଗୁଡିକ ହେଲା, ଏସି ପାଷ୍ଟ କ୍ଲାସ, ଏସି ସେକେଣ୍ଡ କ୍ଲାସ, ଏସି ଥାର୍ଡ, ଚେୟାର କାର ଏକଜୁକ୍ୟୁଟିଭ , ସ୍ଲିପର, ପେଣ୍ଟ୍ରି ଭଳି ବଗି ବୁକିଂ କରିପାରିବେ।
ଆପଣ ପୁରା ଟ୍ରେନଟି ଅର୍ଥାତ ୧୮ଟି କୋଚ ବୁକିଂ କଲେ ୯ ଲକ୍ଷ ଟଙ୍କା ପଡ଼ିବ। ସେହିପରି ଗୋଟିଏ ବଗି ବୁକିଂ କରିଲେ ୫୦ ହଜାର ପଡ଼ିବ। ତେବେ ଗୋଟେ ସସ୍ତାହରୁ ଅଧିକ ଦିନ ବୁକିଂ ରହିଲେ ବିଗି ପିଛା ୧୦ ହଜାର ଟଙ୍କା ଅଧିକ ଦାଖଲ କରିବାକୁ ହେବ।

ଯଦି ଆପଣ ପୁରା ଟ୍ରେନ ବୁକିଂ କରିବାକୁ ଚାହୁଛନ୍ତି ତେବେ

୧- ଅତିକମରେ ୧୮ଟି କୋଚ ଏବଂ ଅତିବେଶିରେ ୨୪ଟି ବଗି କରିବାକୁ ହେବ ।

୨- ଏକମାସରୁ ଛଅ ମାସ ଭିତରେ ବୁକିଂ କରିବା ଆବଶ୍ୟକ

୩- ଦୁଇଦିନ ପୂର୍ବରୁ ବୁକିଂ କ୍ୟାନସଲ ହୋଇପାରେ ।

୪- ଟ୍ରେନଟି ଷ୍ଟେସନରେ ଅତିବେଶୀରେ ୧୦ ମିନିଟ ରହିବ

୫- ଦୁଇଟି ସ୍ଲିପର କୋଚ ନେବାକୁ ହେବ

   Related Posts