ମାଲଗାଡିରୁ ଅଲଗା ହୋଇଗଲା ବଗି, ୨୦୦ ମିଟର ଆଗକୁ ପଳାଇଲା

Published By : Prameya-News7 Bureau | May 23, 2020 IST

ବ୍ରହ୍ମପୁର, ୨୩|୦୫:  ଓଡିଶା ଆନ୍ଧ୍ର ସୀମା ପୁସ୍ତପୁର ନିକଟରେ ଏକ ମାଲ ବୋଝେଇ ଟ୍ରେନରୁ ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି । ଟ୍ରେନଟି ବ୍ରହ୍ମପୁରରୁ ଆନ୍ଧ୍ର ଅଭିମୁଖେ ଯାତ୍ରା କରୁଥିଲା ।  

ତେବେ ଟ୍ରେନଟି ଲାଇନଚ୍ୟୁତ ହୋଇନଥିବା ସୂଚନା ମିଳିଛି । ମାଲଗାଡିଟି ବ୍ରହ୍ମପୁରରୁ ଆନ୍ଧ୍ର ଯାଉଥିବା ବେଳେ ଏହାର ଏକ ବଗି ପୁସ୍ତପୁରରେ ଅଲଗା ହୋଇ ୨ ଶହ ମିଟର ଆଗକୁ ପଳାଇଯାଇଥିଲା । ସିଗ୍ନାଲମ୍ୟାନଙ୍କ ଠାରୁ ସୂଚନା ପାଇବା ପରେ ଟ୍ରେନ ଲୋକୋ ପାଇଲଟ ଟ୍ରେନକୁ ଅଟକାଇ ଥିଲେ। ତେବେ ୨୦ ମିନିଟ ପରେ ରେଳବାଇ କର୍ମଚାରୀ ମାନେ ବଗିକୁ ସଂଯୋଗ କରିବା ପରେ ଟ୍ରେନଟି ସେଠାରୁ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.