ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା, ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ୍

Published By : Prameya-News7 Bureau | July 16, 2020 IST

ପାରାଦୀପ ୧୬।୦୭: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ୍। ଅଳ୍ପକେ ବର୍ତିଲେ ଟ୍ରକ ଡ୍ରାଇଭର। ଏହି ଦୁର୍ଘଟଣା ଟି ବନ୍ଦର ଭିତରେ ଥିବା ଆଇରନ୍ ପ୍ଲଟରେ ଆଜି ସକାଳୁ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଟ୍ରକଟି ରେଳ ଲାଇନରେ ଯାଉଥିବା ସମୟରେ ପଛପଟୁ ରେଳ ଓ୍ବାଗନ୍ ସିଧାସଳଖ ସଳକ ଧକ୍କା ହେବା ସହିତ ଟ୍ରକ ର ପଛପଟେ ସମ୍ପୂର୍ଣ୍ଣ ଚଢିଯାଇଥିଲା । ଭିତରେ ଥିବା ଆଇରନ୍ ପ୍ଲଟରେ ଅନେକ ଗୁଡ଼ିଏ ଟ୍ରକ ପରିବହନରେ ନିୟୋଜିତ ହୋଇଥିବା ବେଳେ ଏଠାରେ ନିରାପତ୍ତା ବ୍ୟବସ୍ଥା ଠିକ୍ ଭାବରେ ନଥିବା ନେଇ ପ୍ରଶ୍ନ ଉଠିଛି। ତେବେ ଟ୍ରକ ଟିର ପଛପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ଟ୍ରକ ଟିକୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.