ମିନି ବସ୍‌କୁ ଧକ୍କା ଦେଲା ଟ୍ରେନ୍‌, ୨୯ ମୃତ

Published By : Prameya-News7 Bureau | July 04, 2020 IST

କରାଚି ୦୪।୦୬ : ପାକିସ୍ତାନର ପଂଜାବ ପ୍ରଦେଶରେ ମିନି ବସ୍ - ଟ୍ରେନ୍  ଦୁର୍ଘଟଣା ହୋଇ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଖ୍ ତୀର୍ଥଯାତ୍ରୀ ଅଛନ୍ତି। କରାଚିରୁ ଲାହୋରରୁ ଆସୁଥିବା ଶାହ ହୁସେନ୍ ଏକ୍ସପ୍ରେସ୍ ଟ୍ରେନ୍  ବାଟରେ ଫାରୁକାବାଦ୍  ନିକଟରେ ଥିବା ମାନବବିହୀନ ଲେବଲ୍  କ୍ରସିଂ ନିକଟରେ ଏକ ମିନି ବସ୍  ଉପରେ ମାଡ଼ି ଯାଇଥିଲା। ଫଳରେ ୨୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବସ୍ ରେ ପ୍ରାୟ ୪୦ ଜଣ ଯାତ୍ରୀ ପେଶାୱର୍ ରୁ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଖ୍ ତୀର୍ଥଯାତ୍ରୀ ଅଛନ୍ତି। ଅନ୍ୟପକ୍ଷେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ମୃତକମାନେ ୩ରୁ ୪ଟି ପରିବାରର। ସେମାନେ ନାନ୍ କାନା ସାହେବରୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

{"id":295586,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶେଖପୁରା ଜିଲ୍ଲା ପୋଲିସ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, କରାଚିରୁ ଲାହୋର ଅଭିମୁଖେ ଯାଉଥିବା ଶାହ ହୁସେନ୍ ଏକ୍ସପ୍ରେସ ଯାତ୍ରୀବାହୀ ଟ୍ରେନ୍ ଶେଖପୁରା ଯାଉଥିବା ଏକ ମିନି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ଶିଖ୍‌ ଭକ୍ତମାନେ ଶେଖପୁରା ଜିଲ୍ଲାର ନାନ୍ କାନା ସାହେବରୁ ଫେରୁଥିଲେ। ସେ ଧାର୍ମିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ। କିନ୍ତୁ କରାଚିରୁ ଲାହୋରରୁ ଆସୁଥିବା ଶାହ ହୁସେନ୍ ଏକ୍ସପ୍ରେସ୍ ଟ୍ରେନ୍  ବାଟରେ ଫାରୁକାବାଦ୍  ନିକଟରେ ଥିବା ମାନବବିହୀନ ଲେବଲ୍  କ୍ରସିଂ ନିକଟରେ ଏକ ମିନି ବସ୍  ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ଦୁର୍ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ହୋଇଯାଇଛି।

{"id":295587,"width":573,"height":429,"sizeSlug":"large"}

ବସ୍ ରେ ପ୍ରାୟ ୪୦ ଜଣ ଯାତ୍ରୀ ପେଶାୱର୍ ରୁ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଖ୍ ତୀର୍ଥଯାତ୍ରୀ ରହିଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣାର ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଆହତମାନଙ୍କର ନିକଟସ୍ଥ ହସ୍ପିଟାଲ୍ ରେ ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେହିପରି ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ଜଣାଇଛନ୍ତି । ଟ୍ୱିଟ୍‌ ଜରିଆରେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଶୋକ ଘଟଣାରେ ଶୋକ ଜାହିର କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.