ବିହାରରେ ଟ୍ରେନ୍ ଦୁର୍ଘଟଣା : ତାପ୍ତି-ଗଙ୍ଗା ଏକ୍ସପ୍ରେସ୍ର ୧୦ଟି ବଗି ଲାଇନଚ୍ୟୁତ, ୪ ଆହତ
31/03/2019 at 10:28 AM
ଛାପ୍ରା ୩୧|୩ : ବିହାରରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ଛାପ୍ରା ଗୌତମଆସ୍ଥାନ ନିକଟରେ ତାପ୍ତି-ଗଙ୍ଗା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବଗି ଲାଇନଚ୍ୟୁତ ହେବା ଫଳରେ ୪ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ ୧୯୦୪୬ ସୁରଟରୁ ଛାପ୍ରା ଯାଉଥିବା ତାପ୍ତି-ଗଙ୍ଗା ଏକ୍ସପ୍ରେସ ଗୌତମସ୍ଥାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ୍ସପ୍ରେସର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ସକାଳ ପ୍ରାୟ ୧୦ଟା ୩୦ବେଳେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ହେବା ପରେ ପରେ ତୁରନ୍ତ ରେଳ ବିଭାଗ କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୪ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯେଉଁ ସମୟରେ ଦୁର୍ଘଟଣା ଘଟିଲା ସେହି ସମୟରେ ଟ୍ରେନ୍ ର ଗତି ଧିର ଥିଲା ।