ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ : ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ

Published By : Prameya-News7 Bureau | January 16, 2020 IST

କଟକ ୧୬/୧: ଘନ କୁହୁଡ଼ି ଭିତରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍‌ ।ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଳକ ଟର୍ମିନସ୍‌ ଏକ୍ସପ୍ରେସ୍‌ ।ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ।…

{"id":212093,"sizeSlug":"large"}

ସମୟ ପାଖାପାଖି ସକାଳ ୭ଟା ।ଚାରିଆଡ଼େ ଘନ କୁହୁଡି । ଆଉ ମାତ୍ର ଘଣ୍ଟାଏ ଦେଢ଼ଘଣ୍ଟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତା ମୁମ୍ବାଇରୁ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ।ହେଲେ କୁହୁଡ଼ି ଭିତରୁ ହଠାତ ଆଗରେ ଦେଖାଦେଇଥିଲା ସମାନ ଟ୍ରାକ୍ ଉପରେ ଥିବା ମାଲଗାଡ଼ି । ସ୍ଥାନ କଟକ ଜିଲ୍ଲା ଶାଳଗାଁ ଏବଂ ନିର୍ଗୁଣ୍ଡି ଷ୍ଟେସନ ମଝି । ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ । ୮ଟି ବଗି ଲାଇନଚ୍ୟୁତ ହୋଇଗଲା ।ଭାଗ୍ୟଭଲ ଟ୍ରେନର ସ୍ପିଡ ଖୁବ କମ ଥିଲା ।ଆଉ ଡ୍ରାଇଭର ବ୍ରେକ୍ ବି ମାରିଥିଲେ ।ତେଣୁ ଧିରେକି ଧକ୍କା  ହୋଇଥିଲା ଦୁଇଟି ଟ୍ରେନ । ନହେଲେ ଯଦି ସାମାନ୍ୟ ସ୍ପିଡ୍‌ ଅଧିକ ଥାନ୍ତା ତେବେ ଏକ ସାଂଘାତିକ ଦୁର୍ଘଟଣା ଘଟିଥାନ୍ତା। ତେବେ ସ୍ଥାନୀୟ ଲୋକେ ତୁରନ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ।

{"id":212094,"sizeSlug":"large"}

ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୪ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଏସସିବି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।ଦୁର୍ଘଟଣା ପରେ ରେଲୱେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

{"id":212096,"sizeSlug":"large"}

 କାହିଁକି ଘଟିଲା ଦୁର୍ଘଟଣା ? ଦୁର୍ଘଟଣା ପଛର କାରଣ କଣ ?  ଘନ କୁହୁଡିରେ ଟ୍ରେନ ଟ୍ରାଫିକ ନେଇ ରେଳ ବିଭାଗ ସତର୍କତାମୂଳକ ପଦକ୍ଷେପ ନେଇ ନଥିଲା କାହିଁକି ? ଗୋଟିଏ ଟ୍ରାକରେ ମାଲବାହୀ ଟ୍ରେନ ଠିଆ ହୋଇଥିବା ବେଳେ ଆଉ ଗୋଟିଏ ଟ୍ରେନକୁ ସିଗନାଲ ମିଳିଲା କିପରି ? ଦୁଇ ଷ୍ଟେସନମାଷ୍ଟରଙ୍କ ଭିତରେ ସମନ୍ବୟ ରହିଲା ନାହିଁ କେମିତି ?  ପୁରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି । ରେଲୱେ ସେଫଟି କମିଶନର ଏହାର ତଦନ୍ତ କରିବେ। ଡ୍ରାଇଭରଙ୍କ ବ୍ଲଡ ସାମ୍ବଲ ସଂଗ୍ରହ କରାଯାଇଛି।    

{"id":212097,"sizeSlug":"large"}

 ଦୁର୍ଘଟଣା ପରେ କଟକ ଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନର ଗତିପଥ ବଦଳା ଯାଇଛି । ଏସବୁ ଟ୍ରେନ କଟକ ପରିବର୍ତ୍ତେ ନରାଜ ଦେଇ ଯାତ୍ରା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.