‘ଟ୍ରେନ୍-୧୮’: ଭାରତର ପ୍ରଥମ ଇଞ୍ଜିନବିହୀନ ରେଳ ଅକ୍ଟୋବର ୨୯ରେ ଟ୍ରାକକୁ ଓହ୍ଲାଇବ, ଶତାବ୍ଦୀକୁ ପକାଇବ ପଛରେ 25/10/2018 at 7:38 PM ଚେନ୍ନାଇ୨୫|୧୦: ‘ଟ୍ରେନ୍-୧୮’ ହେଉଛି ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍ ଯାହା ଅକ୍ଟୋବର ୨୯ତାରିଖରେ ଟ୍ରାକକୁ ଓହ୍ଲାଇବ। ଏହା ୩୦ବର୍ଷ ପୁରୁଣା ଶତାବ୍ଦୀ ଏକ୍ସପ୍ରେସକୁ ପଛରେ ପକାଇଦେବ । ଏହା ଏକ ସ୍ବତଃ ଗତିଶୀଳ ବା ଅଟୋମେଟିକ ଟ୍ରେନ୍ । ୧୬କୋଚ୍ ବିଶିଷ୍ଟ ଏହି ଆଧୁନିକ ସୁବିଧା ସମ୍ପନ୍ନ ଟ୍ରେନ୍ ଶତାବ୍ଦୀ ଏକ୍ସପ୍ରେସ ଠାରୁ ଦ୍ରୁତତର ହେବ । ଶତାବ୍ଦୀ ଟ୍ରେନ ଘଣ୍ଟାକୁ ୧୩୦ କିଲୋମିଟର ବେଗରେ ଗତି କରିବାର କ୍ଷମତା ରଖୁଥିବା ବେଳେ ଟ୍ରେନ-୧୮ ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତି କରିବ । ଶତାବ୍ଦୀ ତୁଳନାରେ ଟ୍ରେନ-୧୮ ପନ୍ଦର ପ୍ରତିଶତ କମ ସମୟରେ ଗନ୍ତବ୍ୟସ୍ଥଳରେ ପହଂଚିବ । ୧୮ମାସ ମଧ୍ୟରେ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ ଫେକ୍ଟ୍ରୀରେ ପ୍ରସ୍ତୁତ ହୋଇଛି ଟ୍ରେନ-୧୮। ଏହା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ। ଏଠାରେ ଯାତ୍ରୀମାନେ ବସି ସିଧାସଳଖ ଚାଳକଙ୍କ ବସିଥିବା ସ୍ଥାନକୁ ଦେଖିପାରିବେ। ଟ୍ରେନରେ ୫୭ ସିଟ୍ ବିଶିଷ୍ଟ ଏକ ଏକଜ୍ୟୁକୁଟିଭ କୋଚ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଅନ୍ୟ ୧୫ଟି କୋଚରେ ୭୮ଟି ଲେଖାଏଁ ସିଟ୍ ରହିଛି । ଏହାର ନିର୍ମାଣରେ ପାଖାପାଖି ୧୦୦କୋଟି ଟଙ୍କା ବିନିଯୋଗ ହୋଇଛି। ତେବେ ଏହା ପରୀକ୍ଷାମୂଳକ ପର୍ଯ୍ୟାୟର ନିର୍ମାଣ ହୋଇଥିବାରୁ ଅଧିକ ଅର୍ଥ ଲାଗିଛି । ନିୟମିତ ନିର୍ମାଣ ହେଲେ ଏହାର ନିର୍ମାଣ ଖର୍ଚ୍ଚ ଆହୁରି ହ୍ରାସ ପାଇବ ବୋଲି ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିରେ ସିସି ଟିଭି କ୍ୟାମେରାଲାଗିଛି। ଟ୍ରେନ-୧୮ରେ ଡିଫ୍ୟୁଜଡ୍ ଲାଇଟ ବ୍ୟବସ୍ଥା , ଅଟୋମେଟିକ କବାଟ ଏବଂ ସ୍ଲାଇଡ୍ ହେଉଥିବା ପାହାଚ ସାଂଗକୁ ଟ୍ରେନରେ ଯାତ୍ରୀଙ୍କ ତଥ୍ୟ ପାଇଁ ଜିପିଏସର ବ୍ୟବସ୍ଥା ରହିଛି। ଅକ୍ଟୋବର ୨୯ ତାରିଖରୁ ୪ ଦିନ ପାଇଁ ଏହି ଟ୍ରେନକୁ ପରୀକ୍ଷାମୂଳକଭାବେ ବିଭିନ୍ନ ରୁଟ୍ରେ ଚଲାଯିବ । ଏହାପରେ ଟ୍ରେନରେ ଅଧିକ ସୁବିଧା ଉପଲବ୍ଧ କରାଇବା ପାଇଁ ଏହାକୁ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ବିଭାଗକୁ ହସ୍ତାନ୍ତର କରାଯିବ । ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ଶତାବ୍ଦୀ ଏକ୍ସପ୍ରେସ ଦେଶର ୨୦ଟି ରୁଟ୍ ରେ ଚଳପ୍ରଚଳ ହେଉଛି । ଟ୍ରେନ-୧୮ ନିୟମିତ ଚଳ ପ୍ରଚଳ କଲେ ଶତାବ୍ଦୀ ଏକ୍ସପ୍ରେସକୁ ଯାତ୍ରୀ ଭୁଲିଯିବେ ।
କିଏ ଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ? ଏବେ ନିର୍ବାଚନ ହେଲେ କାହାକୁ ମିଳିବ ସଂଖ୍ୟା ଗରିଷ୍ଠତା ? ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନେଇ କେତେ ସନ୍ତୁଷ୍ଟ ଦେଶବାସୀ? 15 January 2021
ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ଫେଲ୍: ଗୋଟିଏ ଗୋଡ ହରେଇବା ପରେ ବି ଭାଙ୍ଗି ପଡିନଥିଲେ, ସାଇକେଲରେ ପୁରା କଲେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା 15 January 2021