ଘାତକ ଘାଟୀ ପୁଣି ନେଲା ଆଉ ଏକ ଜୀବନ : ୮୦ଫୁଟ ତଳେ ଘାଟିରେ ଖସି ଡ୍ରାଇଭର ମୃତ

Published By : Prameya-News7 Bureau | January 23, 2020 IST

ବାରିପଦା ୨୩/୧: ମୃତ୍ୟୁର ଘାଟୀ ବାଙ୍ଗିରିପୋଷିର ବାମନଘାଟୀ ପୁଣି ଆଉ ଏକ ଜୀବନ ନେଲା। ଆଜି ଦିନ ପ୍ରାୟ ୧.୧୫ରେ ଏକ ଟ୍ରେଲର ଭାରସାମ୍ୟ ହରାଇ ଘାଟୀରୁ ୮୦ଫୁଟ୍ ତଳକୁ ପଡିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି । ବାଙ୍ଗିରିପୋଷି ଠାରେ ଚାଲିଥିବା ରାସ୍ତା ନିର୍ମାଣ କାମ ପାଇଁ ଏକ ରୋଡ୍ ରୋଲର୍ ନେଇ ଟ୍ରେଲରଟି ଘାଟୀ ଓହ୍ଲାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ଘାଟୀ ତଳକୁ ପଡିଯାଇଥିଲା।

{"id":214974,"sizeSlug":"large"}

 ପ୍ରାୟ ୮୦ ଫୁଟ୍ ତଳକୁ ଖସିପଡିବାରୁ ଘଟଣାସ୍ଥଳରେ ହିଁ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନା ପଠାଇଛି। ଗତ ବର୍ଷେ ଭିତରେ ବାରମ୍ବାର ଏହି ଘାଟୀରେ ଦୁର୍ଘଟଣା ଘଟି ଶତାଧିକ ଜୀବନ ଗଲ‍ଣି। ହେଲେ ପ୍ରଶାସନ କେବଳ ପ୍ରତିକାର ନାମରେ ସମୀକ୍ଷା ଓ ଆଲୋଚନା କରି ଚୁପ୍ ବସିଛି। ଯାହାକୁ ନେଇ ବାଙ୍ଗିରିପୋଷି ଅଞ୍ଚଳରେ ଜନ ଅସନ୍ତୁଷ୍ଟି ଦେଖା ଦେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.