ଭିନ୍ନ ଧରଣର ଓଡିଆ ଚଳଚ୍ଚିତ୍ର ‘ ଫେରିଆ ’ : ରିଲିଜ ହେଲା ପ୍ରଥମ ଲୁକ, ଆଦିବାସୀ ଜନ ଜୀବନରେ ଅନ୍ଧବିଶ୍ବାସ ଉପରେ ଆଧାରିତ କାହାଣୀ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ଚଳଚ୍ଚିତ୍ର ନିର୍ମାଣରେ ପାଦ ଦେଇଛି । ଏହାର ପ୍ରଥମ ଚଳଚ୍ଚିତ୍ର ‘ ଫେରିଆ ’  ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଥିବା ବେଳେ ଆଜି ଏହାର  ଅଡିଓ ତଥା ପୋଷ୍ଟର ରିଲିଜ ହୋଇଛି । ସୋଆ ପ୍ରେସିଡେଣ୍ଟ ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ଏକ ଭିନ୍ନ ଧରଣର କାହାଣୀକୁ ନେଇ ନର୍ମାଣ କରାଯାଇଛି। ଏଥିରେ ଫିଲ୍ମର ଅଭିନେତା ଅଭିନେତ୍ରୀ ଓ କ୍ରିୟୁ ମେମ୍ବର ଯୋଗ ଦେଇଥିଲେ।  

{"id":73236}

 ଗାଁ ପାଇଁ କିଛି କରିବା ।  ମାଟି ମା ର ଋଣ ସୁଝିବା । ଏଭଳି କିଛି ନିଆରା ଚିନ୍ତା କରି ପ୍ରକାଶ ଆମେରିକାର ମୋଟା ଅଙ୍କ ଦରମା ଚାକିରି ଛାଡି ଗାଁକୁ ଫେରି ଆସେ । ପତ୍ନୀ ଜ୍ୟୋତି ଅନିଛୁକ କିନ୍ତୁ ଆପତ୍ତି କରେନା।  ଗାଁକୁ ଫେରି ପ୍ରକାଶ କିନ୍ତୁ ଦେଖୁଛି ଲୋକେ ଅନ୍ଧ ବିଶ୍ବାସ କୁସଂସ୍କାରରେ ବୁଡି ରହିଛନ୍ତି।

{"id":73241}

ଡାହାଣୀ ସନ୍ଦେହରେ କାହାକୁ ହତ୍ୟା, କିମ୍ବା ରୋଗିଣା ପିଲାକୁ ଚେଙ୍କ ଚିକିତ୍ସା। ଏସବୁକୁ ସେ  ବଦଳେଇବାକୁ ଲାଗିପଡ଼େ। ହେଲେ ହଠାତ ତାର ମୃତ୍ୟୁ ହୋଇଯାଏ। ଏ ହେଉଛି ଆଜି ମୁକ୍ତିଲାଭ କରିଥିବା ଫିଲ୍ମ ଫେରିଆର ଟ୍ରେଲରର ପ୍ରଥମ ଲୁକ୍‌।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରୀତିରାଜ ଶତପଥୀ ଏବଂ ଜିନା ସାମଲ।

{"id":73237}

ସୋଆ ପ୍ରେସିଡେଣ୍ଟ ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ସୁମା ରିଅଲ ମେଡ଼ିଆର ପ୍ରଥମ ଚଳଚ୍ଚିତ୍ର ‘ ଫେରିଆ ’ କୋରାପୁଟରେ ସୁଟିଂ ହୋଇଛି । ଆଜି ଚଳଚ୍ଚିତ୍ରର ଅଡିଓ ତଥା ପୋଷ୍ଟର ରିଲିଜ ହୋଇଛି । ପ୍ରମେୟ ନ୍ୟୁଜ ୭ ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମୋହାପାତ୍ର, ନ୍ୟୁଜ ସେଭେନର ସମ୍ପାଦକ ଅ​‌ର୍ଦ୍ଧେନ୍ଦୁ ଦାସ ଓ ପ୍ରମେୟ ନ୍ୟୁଜ ୭ ର ସିଇଓ ସୁନୀଲ କୁମାର ଦାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

{"id":73238}

ନିର୍ମଳ ନାୟକ ଫିଲ୍ମର ସଂଳାପ ଓ ଗୀତ ଲେଖିଥିବା ବେଳେ ଶାନ୍ତିରାଜ ଖୋସଲା ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଳା ନିର୍ଦେଶନା ସଂଗ୍ରାମ ମହାରଣା ଦେଇଥିବାବେଳେ ଫଟୋଗ୍ରାଫି ସମ୍ଭାଳିଥିଲେ ଅମରଜିତ ମହାନ୍ତି । ଏକ ମୌଳିକ କାହାଣୀ ଉପରେ ନିର୍ମାଣ ହୋଇଥିବା ଏହି ଚଳଚିତ୍ରଟିର କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ମିହିର ରଞ୍ଜନ ଆଚାର୍ଯ୍ୟ । ଏହା ତାଙ୍କ ପ୍ରଥମ ନିର୍ଦେଶିତ ଫିଲ୍ମ ।

{"id":73239}

ଚଳଚିତ୍ରଟି ଓଡିଆ ଫିଲ୍ମ ପାଇଁ ମାଇଲଷ୍ଟୋନ ହେବ । ଆଗକୁ ମଧ୍ୟ ସୁମାରିୟଲ ମଡିଆ ପକ୍ଷରୁ ଏମିତି ମୌଳିକ ଚଳଚିତ୍ର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।ଫିଲ୍ମଟି ଖୁବଶୀଘ୍ର ରିଲିଜ ହେବ।

{"id":73240}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.