ଭାରସାମ୍ୟ ହରାଇ ହୋଟେଲ ଉପରେ ମାଡିଗଲା ଟ୍ରେଲର, ମାଟିରେ ମିଶିଲା ହୋଟେଲ

Published By : Prameya-News7 Bureau | December 22, 2019 IST

ବଡବିଲ ୨୨।୧୨: ବଡ଼ବିଲରେ ଭାରସାମ୍ୟ ହରାଇ ହୋଟେଲ ଭିତରକୁ ଟ୍ରେଲର ମାଡ଼ଯାଇଛି । ଫଳରେ ହୋଟେଲଟି ସଂପୂର୍ଣ୍ଣ ଚୁରମାର ହୋାଇଯାଇଛି । ଗତ ବିଳମ୍ବିତ ରାତିରେ ସେଲଟ୍ୟାକ୍ସ ଅଫିସ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି ।

{"id":200982,"sizeSlug":"large"}

ପିବି୧୩ଡବ୍ଲୁ୯୧୩୦ ନମ୍ବର ବିଶିଷ୍ଟ ଏକ ଲୁହା ବାର୍ ବୋଝେଇ ଟ୍ରେଲର ହୋଟେଲକୁ ଧକ୍କା ଦେବା ଫଳରେ ହୋଟେଲଟି ସଂପୂର୍ଣ୍ଣ ଚୁରମାର ହୋଇ ଧରାଶାୟୀ ହୋଇଯାଇଛି । ହୋଟେଲ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି ।

{"id":200983,"sizeSlug":"large"}

ତେବେ ସୌଭାଗ୍ୟ ବଶତଃ ରାତିରେ ହୋଟେଲ ଭିତରେ କେହି ନଥିବା ହୋଟେଲ ମାଲିକ ଅଭିମନ୍ୟୁ ବିଶ୍ବାଳ କହିଛନ୍ତି । ବେପରୁଆ ଗାଡ଼ି ଚାଳନା ଯୋଗୁଁ ବିଭିନ୍ନ ସମୟରେ ଏହିପରି ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିବା ବେଳେ, ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.