ବେଦାନ୍ତ କଂପାନୀ ଠିକା ସଂସ୍ଥାର ଶୋଷଣ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରେଲର ଡ୍ରାଇଭର

Published By : Prameya-News7 Bureau | January 24, 2020 IST

ଝାରସୁଗୁଡା ୨୪।୧: ବେଦାନ୍ତ କଂପାନୀର ଠିକା ସଂସ୍ଥା ଏସଏମଆର କଂପାନୀର ଦାଦାଗିରି ଓ ଶୋଷଣ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର । ଏସଏମଆର କଂପାନୀରେ କର୍ତ୍ତବ୍ୟରତ ଟ୍ରେଲର ଡ୍ରାଇଭରଙ୍କୁ ୫ ମାସରୁ ଦରମା ଦିଆନଯାଇଥିବା ଯୋଗୁଁ ସେମାନେ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଗତକାଲି ରାତିରେ ଜଣେ ଡ୍ରାଇଭରଙ୍କୁ କଂପାନୀର କର୍ମକର୍ତ୍ତା ମାଡମାରି ଲହୁଲୁହାଣ କରି କେଉଁଆଡେ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ସାଥୀ ଡ୍ରାଇଭର । ବେଦାନ୍ତର ଆସ ଟ୍ରାନ୍ସପୋର୍ଟ କରୁଥିବା ଏସଏମଆର କଂପାନୀର ସମସ୍ତ ଗାଡିକୁ ନ ଚଳାଇ ଆଜି ସକାଳୁ ପୁର୍ଣ୍ଣା ନିକଟରେ ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖି ଅପହରଣ କରାଯାଇଥିବା ସାଥୀ ଡ୍ରାଇଭରଙ୍କୁ ଫେରାଇବା ଓ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.