ବ୍ରେକ୍ ଫେଲ୍ ଯୋଗୁଁ ଟ୍ରେନ୍ ଲାଇନ୍‌ରେ ଚଢିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲା ଅନେକ ଜୀବନ

Published By : Prameya-News7 Bureau | September 13, 2019 IST

ମୁନିଗୁଡା ୧୩।୯: ଟ୍ରେଲର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲା ଅନେକ ଜୀବନ । ରାୟଗଡା ମୁନିଗୁଡା ଅଞ୍ଚଳର ଘଟଣା । ଅଚାନକ ଟ୍ରେଲରଟି ବ୍ରେକ୍ ଫେଲ୍ ହୋଇ ଯାଇଥିଲା । ସେତେବେଳେ ରାସ୍ତାରେ ଲୋକେ ଯାତାୟତ କରୁଥିଲେ । ତେଣୁ ବଡ ଅଘଟଣରୁ ରକ୍ଷା କରିବା ଲାଗି ପାଖରେ ଥିବା ଟ୍ରେନ ଲାଇନ ଉପରକୁ ଟ୍ରେଲରକୁ ଚଢାଇ ଦେଲେ ଡ୍ରାଇଭର ।

{"id":156948}

ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା ଘଟିଛି । ରେଳଧାରଣା ଉପରକୁ ଟ୍ରେଲର ଚଢିଯିବା ଫଳରେ ଏବେ ମୁନିଗୁଡା-ରାୟଗଡା ଅପଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ରେଳଧାରଣା ଉପରୁ ହଟାଇବା କାମ ଆରମ୍ଭ କରିଛନ୍ତି ରେଳ କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.