ଟ୍ରାଇ ଗ୍ରାହକଙ୍କୁ ଦେଲା ନୂଆବର୍ଷ ଉପହାର : ଏବେ ୧୩୦ଟଙ୍କାରେ ଦେଖିପାରିବେ ୨୦୦ଟି ଚ୍ୟାନେଲ୍

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୨/୧: ମହଙ୍ଗା କେବଲ୍ ଏବଂ ଡିଟିଏଚ୍ କନେକ୍ସନ ଯୋଗୁଁ ସମସ୍ୟା ଭୋଗୁଥିବା ଗ୍ରାହକଙ୍କୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ବଡ଼ ଆଶ୍ବସ୍ତି ଦେଇଛି। ଏବେ ଆପଣ ୧୩୦ଟଙ୍କାରେ ୨୦୦ଟି ଚ୍ୟାନେଲ୍ ଦେଖିପାରିବେ। ନୂଆ ନିୟମ ମୁତାବକ ବ୍ରଡକାଷ୍ଟର ଜାନୁୟାରୀ ୧୫ତାରିଖ ଯାଏଁ ନିଜ ଚ୍ୟାନେଲ୍ ମୂଲ୍ୟରେ ପରିବର୍ତ୍ତନ କରିବେ। ଜାନୁୟାରୀ ୩୦ଯାଏଁ ପୁଣି ଥରେ ସମସ୍ତ ଚ୍ୟାନେଲର ରେଟ୍ ଲିଷ୍ଟ ପବ୍ଲିସ୍ ହେବ। ୨୦୨୦ମାର୍ଚ୍ଚ ୧ତାରିଖରୁ ନୂଆ ଦର ଲାଗୁ ହେବ।

{"id":205655,"sizeSlug":"large"}

ଟ୍ରାଇ ଅନୁସାରେ ଏହି ନିୟମ ଦ୍ବାରା ଗ୍ରାହକଙ୍କୁ ଆଶ୍ବସ୍ତି ମିଳିବ। ଟ୍ରାଇ ବୁଧବାର କେବଲ୍ ଏବଂ ପ୍ରସାରଣ ସେବା ପାଇଁ ନୂଆ ନିୟମ ଆରମ୍ଭ କରିଛି। ଏହା ଅନୁସାରେ କେବଲ୍ ଟିଭିର ଗ୍ରାହକ କମ୍ ମୂଲ୍ୟରେ ଅଧିକ ଚ୍ୟାନେଲ୍ ଦେଖି ପାରିବେ। ଖାସ୍ କଥା ହେଉଛି ଏହା ଯେ ଏହି ନିୟମ ଗ୍ରାହକଙ୍କ ଦ୍ବାରା ସମସ୍ତ ‘ଫ୍ରି ଟୁ ଏୟାର’ ପାଇଁ ଦିଆଯାଉଥିବା ମାସିକ ଶୁଳ୍କର ସୀମା ୧୬୦ଟଙ୍କା ଧାର୍ଯ୍ୟ କରିଛି।

{"id":205656,"sizeSlug":"large"}

ଟ୍ରାଇ ଗୋଟିଏ ଘରେ କିମ୍ବା ଅଫିସରେ ଗୋଟିଏରୁ ଅଧିକ କନେକ୍ସନ୍ ନେଲେ ୪୦ପ୍ରତିଶତ ଛାଡ଼ ଦେବାକ କହିଛି। ଏବେ କେବଲ୍ କମ୍ପାନୀକୁ ଏପରି କନେକ୍ସନ ଦେଲେ ମୂଲ୍ୟ କମ୍ କରିବାକୁ ପଡ଼ିବ,ଏବେ ଏହି କନେକ୍ସନରେ ମଧ୍ୟ ଏନସିଏଫ ପୂର୍ବ କନେକ୍ସନ୍ ଭଳି ରହିଥାଏ।

{"id":205657,"sizeSlug":"large"}

ଅନେକ ନିୟମର ସମୀକ୍ଷା ପରେ ଟ୍ରାଇ ୨୦୦ଟି ଚ୍ୟାନେଲ୍ ପାଇଁ ସର୍ବାଧିକ ଏନସିଏଫକୁ କମ୍ କରି ୧୩୦ଟଙ୍କା କରି ଦିଆଯାଇଛି। ଏହା ବ୍ୟତୀତ ନିଷ୍ପତ୍ତି ନିଆଯାଇଛି ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଯେଉଁ ଚ୍ୟାନେଲଗୁଡ଼ିକୁ ଅନିବାର୍ଯ୍ୟ ଘୋଷିତ କରିଛି,ସେଗୁଡ଼ିକୁ ଏନସିଏଫ ଚ୍ୟାନେଲ୍ ସଂଖ୍ୟାରେ ଗଣାଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.