ମର୍ମନ୍ତୁଦ ସଡକ ଦୁର୍ଘଟଣା : ଭାରସାମ୍ୟ ହରାଇ ଖାଇକୁ ଖସିଲା ପିକ୍ଅପ୍ ଭ୍ୟାନ୍, ୭ ମୃତ, ୨୦ ଆହତ

Published By : Prameya-News7 Bureau | January 23, 2021 IST

ମୁମ୍ବାଇ ୨୩/୦୧ : ମୁମ୍ବାଇର ନନ୍ଦୁରବାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶହାଦା ତହସିଲ ଅଧିନ ତୋରଣମାଲ ଗାଁ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଖାଇକୁ ଖସିଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଉକ୍ତ ଗାଡିରେ ୨୭ ଜଣ ଯାଉଥିଲେ । ଗାଡିଟି ଅଚାନକ ଭାରସାମ୍ୟ ହରାଇ ପ୍ରାୟ ୩୦୦ ମିଟର ଗହୀର ଏକ ଖାଇ ମଧ୍ୟକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ଯାଏଁ ୭ଜଣଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ୨୦ ଜଣ ଆହତ ଅଛନ୍ତି ।

ଦୁର୍ଘଟଣା ଘଟିବା ପରେ ପୋଲିସ ଏବଂ ସ୍ଥାନୀୟ କିଛି ଲୋକମାନଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଖାଇ ମଧ୍ୟରେ ଫସିରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇଥିଲା । ଆହତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଗାଡିଚାଳକଙ୍କ ସନ୍ତୁଳନ ବିଗିଡିଯିବାରୁ ସେ ନିକଟରେ ଥିବା ଖାଇମଧ୍ୟକୁ ଧସେଇ ପଶିଥିଲେ । ତେବେ ଖାଇର ଗଭୀରତା ଅଧିକ ଥିବାରୁ ଅଧିକସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିବା କହିଛି ପୋଲିସ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.